ପ୍ରିୟ ଶୁଭଭାଇ, ଆପଣ ଦର୍ଶାଇଥିବା ତଥ୍ୟଗୁଡିକ ସତ । ପ୍ରଥମ ଏବଂ ଏକ ମୁଖ୍ୟ କାରଣ ହେଉଛି ଲୋକମାନଙ୍କ ଇଚ୍ଛା । ଯେଉଁମାନେ ବର୍ତମାନର ଆକ୍ଟିଭ ଉଇକିଆଳି ଅଛନ୍ତି ସେମାନଙ୍କ ଛାଡିଦେଲେ ପ୍ରାୟ ବହୁତ କମ ଲୋକଙ୍କର ଏହିପରି ଏକ ଖୋଲା ଜ୍ଞାନ କୋଷରେ ଲେଖିବା ପାଇଁ ଇଚ୍ଛା ଅଛି । ଏଠାରେ ଲେଖିଥିବା କମ ର ଅର୍ଥ ବହୁତ କମ । କାରଣ ଓଡିଆ ଲୋକମାନକର(ଜାଣିଥିବା) କମ୍ପୁଟର ଓ ଇନ୍ଟାରନେଟ ବ୍ୟବହାର ବହୁତ କମ । ସାଧାରଣତଃ ଯୁବଗୋଷ୍ଠୀମାନେ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଯେଉମାନେ ଆମୋଦପ୍ରମୋଦ ବ୍ୟତୀତ ଏହି ପରି ଏକ ଜ୍ଞାନକୋଷରେ ଲେଖିବାକୁ ଠିକ ମନେ କରନ୍ତି ନ।ହିଁ କିମ୍ବା ବୋର ଭାବନ୍ତି । ଆଉ ବୟସ୍କ ଲୋକେ (ଜାଣିଥିବା) ସଂଖ୍ୟା ବହୁତ କମ । ତା ଛଡା ଅନ୍ୟ ଏକ ଗୁରୁତ୍ଵପୂର୍ଣ କଥା ହେଉଛି ଏହା ଏକ ଅଣଲାଭକାରୀ ସଂସ୍ଥା, ସେଥିପାଇଁ ମଧ୍ୟ ପ୍ରାୟ ଜାଣିଥିବା ଲୋକେ ଏଠି ଲେଖୁ ନାହାନ୍ତି ।
ଆପଣ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର (ମୋ ମତରେ) ୧- ଆମେ ଯାହାବି ପହଞ୍ଚିଛୁ ମୁଖ୍ୟତ ଅନଲାଇନ ପହଞ୍ଚି ପରିଛୁ ହେଲେ ମୁହାମୁହି ପ୍ରଚାର ପ୍ରାୟତଃ ନାହି ।ଆଉ ଜିଏବି ନୂଆ ଲୋକ ଏଥିରେ ଇଚ୍ଛା ଦେଖାଉଛନ୍ତି ତାଙ୍କୁ ମାର୍ଗଦର୍ଶକର ଅଭାବ ରହୁଛି । ନୂଆ ଲୋକମାନେ ସାଧାରଣତ ଇଚ୍ଛା ଦେଖାଉଛନ୍ତି କିନ୍ତୁ ଏଠାକୁ ଆସି ଓଡିଆରେ ଲେଖିବାରେ ସେମାନଙ୍କର ଇଚ୍ଛା ପ୍ରାୟତଃ କମି ଯାଉଛି। ହଁ ମୁ କହିଦିଏଯେ ଆମେ ନୂଆ ଲୋକମାନଙ୍କ ପାଖରେ ପହଞ୍ଚୁଛୁ ହେଲେ ତାଙ୍କୁ ଆଣି ଏଠାରେ ଲେଖାଇବାରେ ସଫଳ ହୋଇପାରୁନୁ କାରଣ ସେମାନେ ଖାଲି ଏହା ଦେଖି ଖୁସି ହଉଛନ୍ତି ଯେ ଯାହା ହଉ କଣ ଗୋଟେ ଭଲ ଲେଖା ହଉଛି। ହେଲେ ସେମାନଙ୍କ ପାଖରେ ଆତ୍ମବିଶ୍ଵାସରେ ଅଭାବ ରହୁଛି ଯେ ସେମାନେ ମଧ୍ୟ ଲେଖିପାରିବେ ଯାହାକି ଅନ୍ୟମାନେ ପଢିପାରିବେ ଓ ସେଇଟା ବି ସୁନ୍ଦର ହେବ । ୨-କର୍ମଶାଳାଗୁଡିକ ହଉଛି ସତ କିନ୍ତୁ ପ୍ରାୟ କର୍ମଶାଳାରେ ଭାଗ ନଉଥିବା ସଭ୍ୟ(ଶିଖିବାକୁ ଆସୁଥିବା) ମାନେ ଏଥିରେ ଇଚ୍ଛା ଦେଖାଉନାହାନ୍ତି । କିମ୍ବା କର୍ମଶାଳା ଉପଯୁକ୍ତ ବା ଲେଖିପାରିବା ଭଳି ଲୋକମାନଙ୍କୁ ନେଇ ହଉନାହି । ୩-ଲେଖିଲାବେଳେ କିପରି ଲେଖା ହେବ ସେମାନେ ଜାଣିପାରୁନାହାନ୍ତି ଏବଂ ଏହା ବି ଜାଣି ପାରୁନାହାନ୍ତି ଯେ କାହାକୁ ଯୋଗାଯୋଗ କରିବେ ଏବଂ କିପରି ସାଙ୍ଗେସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇବେ । କାରଣ ଉଇକିପେଡିଆ ମୁଖ୍ୟପୃଷ୍ଠାରେ ସେପରି କିଛି ନାହିଁ ଯେଉଠି ସାଙ୍ଗେ ନିଜ ପ୍ରଶ୍ନର ଉତ୍ତର ପାଇ ପାରିବେ(ନିଜ ଅଭିଜ୍ଞତା ଏକ ବନ୍ଧୁଙ୍କ ଠାରୁ) । ଏହାଛଡା ଟେକନିକାଲ ଶବ୍ଦଗୁଡିକର ଅନୁବାଦ ଏବଂ ଅତି ଶୁଦ୍ଧ ଓଡିଆ ମଧ୍ୟ ବୁଝିବାରେ ଅସୁବିଧା ହେଉଛି । ୪- ଏହି ପ୍ରଶ୍ନର ଉତ୍ତରଟି ଜଣାଶୁଣା କାରଣ ବୟସ୍କ ବ୍ୟକ୍ତି ଯିଏକି କମ୍ପୁଟର ବ୍ୟବହାର କରୁଥିବେ ସେମାନଙ୍କ ସଂଖ୍ୟା କମ । ଆଉ ମୁ ଯେତେ ଜଣ ବୟସ୍କ ଲୋକଙ୍କ ସହ ଯୋଗାଯୋଗ କରିଛି ସେମାନଙ୍କ ଅସରନ୍ତି ପ୍ରଶ୍ନର ଉତ୍ତର ଦେଇ ସାରିଲାପରେ ସେମାନକ ଠାରୁ "ହଉ ଦେଖିବା" ଶୁଣି ସାରିଲାପରେ ମନରେ ଥିବା ଉଶ୍ଚ୍ହାହ ଏକାଥରେ ମରି ଯାଉଛି । କିଛି ଭୁଲଭାଲ ଲେଖାଥିଲେ କ୍ଷମାକରିବେ । ନିଜ ମତାମତ ଦେଇଛି କିଛି ଇଂରାଜୀ ଶବ୍ଦ ବ୍ୟବହାର କରିଛି ସେଥିପାଇଁ ମଧ୍ୟ କ୍ଷମା କରିବେ । ଆଶା କରୁଛି ଆମେ ସମସ୍ତେ ମିଶି ଓଡିଆ ଉଇକିପେଡିଆକୁ ଏହାର ସର୍ବୋଚ ସ୍ଥାନରେ ପହଞ୍ଚାଇପାରିବା ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହାନୁଭୁତି ଲୋଡା। Thanks & Regards, *Jnanaranjan Sahu* *Bhubaneswar*
_______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
