ଆଦରର ଉଇକିଆଳିଗଣ,

ଭୁବନେଶ୍ଵରର ଏହି ରବିବାର ଆଉ ଏକ ଉଇକି-ସମ୍ପାଦନା ମେଳଣ ଅନୁଷ୍ଠିତ ହେଉଥିବାରୁ ମୁଁ ଖୁବ
ଆନନ୍ଦିତ, ତେବେ ଏଥି ପାଇଁ କିଛି ଛୋଟ ଅଭିମତ ମୁଁ ରଖୁଛି ଯାହା ଆପଣମାନଙ୍କୁ ଟିକେ ଅଧିକ
ସହଯୋଗ କରିବ!:

   - ଉଇକିରେ ପୃଷ୍ଠାଟିଏ ଏଥିପାଇଁ ତିଆରି କରିଦିଅନ୍ତୁ, ଯଦି ସାମୁହିକ ଉଇକି ସମ୍ପାଦନା
   କରିବାର ଯୋଜନା ଅଛି ତାହେଲେ "ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆ ଗଣ-ସମ୍ପାଦନା ୧"
   ନାମରେ ପୃଷ୍ଠାଟିଏ ଉଇକିରେ ତିଆରି କରନ୍ତୁ


   - ପାଖାପାଖି ୧୦ ଜଣ ଉଇକିଆଳି ଏଥିରେ ଯୋଗ ଦେଉଥିବାରୁ, କେତୋଟି ନିର୍ଦ୍ଦିଷ୍ଟ ବିଷୟ
   ପ୍ରତି ଧ୍ୟାନ ରଖିଲେ ଭଲ:


   - ପ୍ରଥମେ ବ୍ୟକ୍ତି-ବ୍ୟକ୍ତି ଭିତରେ ଥିବା ବାଡ଼ ବତା ଭାଙ୍ଗିବାକୁ ଟିକେ ନିଜ ନିଜ
   ପରିଚୟ ଦେଇ ସାଧାରଣ ଆଲୋଚନା କରିବେ ।
   - କେହି ଜଣେ ପୁରୁଖା ସଭ୍ୟ ଆଗରୁ ଉଇକିରେ କଣ କଣ ହୋଇଛି ସେକଥା କହିବେ ।
   - ଯେହେତୁ ନୂଆ ଉଇକିଆଳି ମାନେ ରହିଥିବେ ତେଣୁ ବେଶି ସମୟ ଉଇକି ବାବଦରେ ନ କହିଲେ ଭଲ ।
   - ତେବେ ଆଜି ଆପଣ ମାନେ କଣ କରିବାକୁ ଯାଉଛନ୍ତି ସଂକ୍ଷେପରେ କହିବେ:


   - ଆଜିର ମୂଖ୍ୟ ପ୍ରସଙ୍ଗ
   - ଗଣ-ସମ୍ପାଦନା (ଏକାସାଙ୍ଗରେ ସବୁ ଉଇକିଆଳି ମିଶି ସମ୍ପାଦନା କରିବା)


   - ଯଦି ଆଇ.ଜି. ପାର୍କରେ ଏହି ମେଳଣଟି କରିବା କଥା ଭାବୁଛ ତେବେ ସେହି ପାଖ ଆଖର କିଛି
   ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଯଥା ଇନ୍ଦିରାଗାନ୍ଧୀ
ପାର୍କ<http://or.wikipedia.org/w/index.php?title=%E0%AC%87%E0%AC%A8%E0%AD%8D%E0%AC%A6%E0%AC%BF%E0%AC%B0%E0%AC%BE%E0%AC%97%E0%AC%BE%E0%AC%A8%E0%AD%8D%E0%AC%A7%E0%AD%80_%E0%AC%AA%E0%AC%BE%E0%AC%B0%E0%AD%8D%E0%AC%95&action=edit&redlink=1>,
   
ସଚିବାଳୟ<http://or.wikipedia.org/w/index.php?title=%E0%AC%B8%E0%AC%9A%E0%AC%BF%E0%AC%AC%E0%AC%BE%E0%AC%B3%E0%AD%9F&action=edit&redlink=1>,
   ଓଡ଼ିଶା ବିଧାନ
ସଭା<http://or.wikipedia.org/w/index.php?title=%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE_%E0%AC%AC%E0%AC%BF%E0%AC%A7%E0%AC%BE%E0%AC%A8_%E0%AC%B8%E0%AC%AD%E0%AC%BE&action=edit&redlink=1>,
   ରାଜ୍ୟ ମୁଖ୍ୟ ଡାକଘର,
ଓଡ଼ିଶା<http://or.wikipedia.org/w/index.php?title=%E0%AC%B0%E0%AC%BE%E0%AC%9C%E0%AD%8D%E0%AD%9F_%E0%AC%AE%E0%AD%81%E0%AC%96%E0%AD%8D%E0%AD%9F_%E0%AC%A1%E0%AC%BE%E0%AC%95%E0%AC%98%E0%AC%B0,_%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE&action=edit&redlink=1>,
   
ଜନପଥ<http://or.wikipedia.org/w/index.php?title=%E0%AC%9C%E0%AC%A8%E0%AC%AA%E0%AC%A5&action=edit&redlink=1>,
   ମାଷ୍ଟର କ୍ୟାଣ୍ଟିନ
ଛକ<http://or.wikipedia.org/w/index.php?title=%E0%AC%AE%E0%AC%BE%E0%AC%B7%E0%AD%8D%E0%AC%9F%E0%AC%B0_%E0%AC%95%E0%AD%8D%E0%AD%9F%E0%AC%BE%E0%AC%A3%E0%AD%8D%E0%AC%9F%E0%AC%BF%E0%AC%A8_%E0%AC%9B%E0%AC%95&action=edit&redlink=1>ଆଦି
।
   - କେହି ଜଣେ ଆଗରୁ ସେହି ସବୁର ଫଟୋ ଉଠାଇ ତାକୁ ଛୋଟ ସାଇଜର କରି ରଖିଥିବ, ଯାହାକୁ
   କମନ୍ସରେ ଅପଲୋଡ଼ କରିପାରିବେ ।
   - ନୂଆ ମାନଙ୍କୁ
ଚାଟସଭା<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%9A%E0%AC%BE%E0%AC%9F%E0%AC%B8%E0%AC%AD%E0%AC%BE>ବାବଦରେ
ସୂଚନା ଦେବେ, ଶ୍ରୀକାନ୍ତ ଓ ଅଂଶୁମାନ ସେଥିର କାରିଗରି (ଟେକନିକାଲ) କାମ ସବୁର
   ଧ୍ୟାନ ରଖିବେ, ଯାହା ଫଳରେ ସେଠାରେ ନୂଆ ମାନଙ୍କୁ ଆପଣମାନେ ତାହାର ବ୍ୟବହାର ଦେଖାଇପାରିବେ
   ।
   - ୩-୪ ଜଣିଆ ଗୋଠ କରି ଗୋଟେ ଗୋଟେ ଲେଖା ପ୍ରସଙ୍ଗର ସମ୍ପାଦନା କରନ୍ତୁ, ଫଳରେ ଅଯଥା
   ଦ୍ଵନ୍ଦକୁ ଏଡାଇ ଦିଆଯାଇପାରିବ । ଆଉ ଜଣେ ଯଦି ଏକ ପ୍ରସଙ୍ଗରେ ଉପକ୍ରମ ଲେଖୁଛି ଆଉ ଜଣେ
   ସୂଚନା ଘର (Info box)ଟେ ଯୋଡୁ, ଆଉ ଜଣେ ଆଧାର ଖୋଜି ଯୋଡୁ, ସାମୁହିକ ଭାବେ ପ୍ରସଙ୍ଗର
   ସାନ ସାନ ବିଭାଗରେ ମିଶି କାମ କରିପାରିବେ ଓ ୪-୫ ଟି ପ୍ରସଙ୍ଗର ସମ୍ପାଦନା ସେଠାରେ ହିଁ
   ହୋଇପାରିବ ।

ଶୁଭାଶିଷ ରହିଲା, ଫଟୋ ଉଠାଇବେ ଆଉ ବାକିମାନଙ୍କ ଜାଣିବା ପାଇଁ ବିବରଣୀଟିଏ ବି ଦେବେ ।

-ସୁଭ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to