Danyabad
2012/10/6 swetapadma d. satpathy <[email protected]> > ନମସ୍କାର, > ମୁଁ ଶ୍ଵେତପଦ୍ମା ଶତପଥୀ ହାଇଦ୍ରାବାଦରେ ଆନ୍ଧ୍ର ପ୍ରଦେଶ ର ଗ୍ରାମ୍ୟ ଉନ୍ନୟନ ବିଭାଗ > ରେ ଗତ ଦେଢ଼ ବର୍ଷ ହେଲା କାର୍ଯ୍ୟରତ । ଉଇକିପିଡ଼ିଆ ବିଷୟରେ ମୁଁ ଆଗରୁ ଜାଣିଥିଲେ > ମଧ୍ୟ ସମୟ ଅଭାବ ରୁ କେବେ ଲେଖା ଲେଖି ପ୍ରତି ଧ୍ୟାନ ଦେଇ ପାରି ନଥିଲି । କିନ୍ତୁ ଏକ > ସୋସିଆଲ ନେଟୱର୍କ ଜରିଆରେ ଶୁଭାଶିଷ ପଣିଗ୍ରାହୀ ଙ୍କ ସହ ମିଶିଲା ପରେ ମୁଁ ଉଇକିପିଡ଼ିଆ > ରେ ଲେଖିବାକୁ ଆଗ୍ରହୀ ହେଇଥିଲି । ହାଇଦ୍ରାବାଦ ରେ ରହୁଥିବା ଓଡ଼ିଆ ଙ୍କ ମଧ୍ୟ ରେ ଥିବା > ସୁସମ୍ପର୍କ କୁ ଦେଖି ଶୁଭାଶିସ ଆମକୁ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଆୟୋଜନ କରିବାକୁ > ପରାମର୍ଶ ଦେଇଥିଲେ । ମୋର ଜଣେ ପୁରୁଣା ବନ୍ଧୁ ତଥା ଉଇକିଆଳି ଅମରେଶ ଚନ୍ଦ୍ର ଦାସ ଏଥି > ପାଇଁ ସାହାଯ୍ୟ କରିଥିଲେ । ସେପ୍ଟେମ୍ବର ୨୯ ତାରିଖ ରେ ଆମେ ମାନେ ଏହି କାର୍ମଶାଳା କରିବୁ > ବୋଲି ନିଷ୍ପତି ନେଲୁ ଏବଂ ତଦନୁସାରେ ସମସ୍ତଙ୍କୁ ଜଣାଇଲୁ ମଧ୍ୟ > କିନ୍ତୁ ସେହି ତାରିଖ ରେ ଶ୍ରୀ ଗଣେଶ ବିସର୍ଜନ ପାଇଁ ସବୁ ରାସ୍ତା ବନ୍ଦ ରହିବା ବୋଲି ଆମେ > ମାନେ ଜାଣିବାକୁ ପାଇଲା ପରେ ଆମ ମନ ମଉଳିଗଲା । ହେଲେ ବିଘ୍ନ ନାଶନ ଆମ କର୍ମଶାଳା ପାଇଁ > କୌଣସି ବିଘ୍ନ ଘଟାଇଲେ ନାହିଁ । ବରଂ ଏଥିରେ ୧୧ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । > ଆମ ର ଏହି କର୍ମଶାଳା ୪.୩୦ ରୁ ଆରମ୍ଭ ହୋଇ ୭.୦୦ ପର୍ଯ୍ୟନ୍ତ ଚାଲିଥିଲା । ପରିଚୟ ର > ଆଦାନ ପ୍ରଦାନ ପରେ ଆମେ ମାନେ ଏକ ପ୍ରଶ୍ନ ରୁ ଆରମ୍ଭ କରିଥିଲୁ, ଯଥା ଏହି କର୍ମଶାଳା ର > ମୂଳ ଲକ୍ଷ୍ୟ କଣ? ଏହାକୁ ବୁଝେଇବା ପାଇଁ ଆମେମାନେ ଉଇକିପିଡ଼ିଆ ର କାର୍ଯ୍ୟ ପ୍ରଣାଳୀ > ର ଏକ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କରିଥିଲୁ । କର୍ମଶାଳା ରେ ଯୋଗ ଦେଇଥିବା ଲୋକ > ମାନେ କିପରି ସ୍ଵତଃ ପ୍ରବୃତ୍ତ ଭାବରେ ଉଇକିପିଡ଼ିଆ ରେ ଲେଖା ଲେଖି କରି ପାରିବେ ସେଥିପାଇଁ > ସେମାନଙ୍କ ମନକୁ ଆସୁଥିବା ପ୍ରଶ୍ନ ପଚାରିବ ପାଇଁ ଆମେ ମାନେ କହିଲୁ । > ପ୍ରାୟତଃ ମୋ ପରି ବହୁତ ଲୋକ ଏହି ଧାରଣ ରେ ଥିଲେ ଯେ ଆମ ପ୍ରସଙ୍ଗ କୁ ଅନୁମୋଦନ > କରିବା ପାଇଁ ଉଇକିପିଡ଼ିଆ ରେ କେହି ସଞ୍ଚାଳକ ଅଛନ୍ତି କି? ଏହାକୁ ସମ୍ପାଦନା କରିବା > ପାଇଁ କିଛି କଟକଣା ଅଛି କି? > ଉ:ଉଇକିପିଡ଼ିଆ ଯେହେତୁ ଏକ ଖୋଲା ଜ୍ଞାନ କୋଷ, ତେଣୁ ଏଥିରେ ଲେଖା ଲେଖି ବା ସମ୍ପାଦନା > ରେ କୌଣସି କଟକଣା ନାଇ । କିନ୍ତୁ ଲେଖା ଗୁଡିକ ନିରପେକ୍ଷ ଓ ଏହାର ଆଧାର କ୍ରମ ରହିବା > ଆବଶ୍ୟକ । > ପ୍ର: କୌଣସି ପ୍ରସଙ୍ଗ ଯଦି କେହି ଜାଣିଶୁଣି ଭୁଲ ଲେଖେ ତା ହେଲେ ତାର ସଂଶୋଧନ କିପରି କରା > ଯାଇ ପାରିବ? > ଉ: ଏହାକୁ ଠିକ କରିବା ପାଇଁ ଉଇକିଆଳି ଅଛନ୍ତି । ଆମେମାନେ ମଧ୍ୟ ଏହାକୁ ସଂଶୋଧନ କରି > ପାରିବା । > ପ୍ର: ଉଇକିପିଡ଼ିଆ ରେ ଲେଖିବା ଦ୍ଵାରା ମୋର କଣ ଲାଭ ହେବ? > ଉ: ଉଇକିପିଡ଼ିଆ ରେ ଲେଖିଲେ ଆମେ ଆମ ନିଜ ରା ଜ୍ଞାନ ମଧ୍ୟ ବୃଦ୍ଧି କରି ପାରିବା, ଯେଉଁ > ବିଷୟ ରେ ଆମେ ଆଂଶିକ ଭାବେ ଜାଣିଛେ , ଲେଖା ଲେଖି କରିବା ଦ୍ଵାରା ବିଭିନ୍ନ ଆଧାର ଜରିଆ > ରେ ଆମେ ତା ବିଷୟ ରେ ଅଧିକ ଜାଣି ପାରିବା । > > ଏହି ସବୁ ପ୍ରଶ୍ନୋତ୍ତର ପରେ, ଜଣେ ଅଂଶଗ୍ରହଣକାରୀ ଙ୍କର ଇଉଜର ଆକାଉଣ୍ଟ ଖୋଲା ଯାଇ > ତାଙ୍କୁ ଗୋଟିଏ ନୂଆ ପ୍ରସଙ୍ଗ ଲେଖିବା ପାଇଁ କୁହାଗଲା । ତା ପରେ ଜଣ ଜଣ କରି ୬ ଜଣ > ଙ୍କର ଆକାଉଣ୍ଟ ଖୋଲାଯାଇଥିଲା । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ, ସମସ୍ତେ ପ୍ରଥମେ > ନିଜ ଗାଁ ବିଷୟ ରେ ଲେଖିବାକୁ ଚାହୁଁ ଥିଲେ । କିଏ କହୁଛି ଯେ ଆମେ ଓଡିଶା ବାହାରେ ରହି > ଓଡିଶା କୁ ଭୁଲି ଯାଇଛୁ ବୋଲି, ଓଡିଶା ତ ସବୁ ବେଳେ ଆମ ଆତ୍ମା ରେ ଅଛି । > > > ଏହା ପରେ ଏହି ନୂଆ ଉଇକିଆଳି ମାନେ କିପରି ଭାବେ ଗୋଟିଏ ପ୍ରସଙ୍ଗ କୁ ସମ୍ପାଦନା କରି > ପାରିବେ, ତାହା ଦେଖାଇବା ପାଇଁ ଆମେ ଏକ ପ୍ରସଙ୍ଗ ବାଛିଲୁ ଯେଉଁଥିରେ ଆଂଶିକ ଭୁଲ ଥିଲା । > ଏହାକୁ କିପରି ସୁଧାରି ହେବ ସେ ବାବଦ ରେ କହି ସାରିଲା ପରେ , ଚାଟ ସଭା ଜରିଆ ରେ କିପରି > ସେମାନେ ସେମାନଙ୍କର ପ୍ରଶ୍ନ ଗୁଡିକ ପଚାରିପାରିବେ , ତାହା ଏକ ଛୋଟ ଉଦାହରଣ ଦ୍ଵାରା > ଦେଖାଇଲୁ ।http://or.wikipedia.org/s/3h), । > ଏହି ସଭା ରା ସବୁ ଠାରୁ ମହତ୍ତ୍ୱପୂର୍ଣ ଅଂଶ ଥିଲେ ଏଥିରେ ଭାଗ ନେଇଥିବା ସମସ୍ତ ଅଂଶ > ଗ୍ରହଣକାରୀ । ତେଣୁ ସେମାନଙ୍କୁ ନେଟୱର୍କିଂ ଜରିଆ ରେ ଆମ ସହିତ ଓ ଓଡ଼ିଆ ଉଇକିପିଡ଼ିଆ > ଗ୍ରୁପ ସହିତ ସମ୍ପର୍କ ରଖିବାକୁ ଇମେଲ ର ଆଦାନ ପ୍ରଦାନ ମଧ୍ୟ ହେଲା । > ହାଇଦ୍ରାବାଦ ରେ ଏହି କର୍ମଶାଳା ପ୍ରଥମ ଥର ପାଇଁ ଆୟୋଜନ ହୋଇଥିଲେ ମଧ୍ୟ ସଫଳତା ର ସହ ଶେଷ > ହୋଇ ପାରିଲା । ଏଥିପାଇଁ ଉଇକିଆଳି ଶୁଭଶିଷ ପାଣିଗ୍ରାହୀ ଙ୍କୁ ତାଙ୍କ ସାହାଯ୍ୟ, ସହଯୋଗ > ପାଇଁ ଅନେକ ଧନ୍ୟବାଦ । ଆଶା କରୁଛୁ ଆଗକୁ ଆମେ ଏହାକୁ ଆହୁରି ବଡ ଓ ଭଲ ଭାବେ ଆୟୋଜନ > କରି ଓଡ଼ିଆ ଭାଷା ର ସମୃଦ୍ଧି ରେ ନିଜ କୁ ସାମିଲ କରି ପାରିବୁ । > > ଶୁଭେଚ୍ଛା ସହ , > ଶ୍ଵେତପଦ୍ମା ଶତପଥୀ > > ଆଧାର ୧ . > http://commons.wikimedia.org/wiki/File:Outreach_Document_or.pdf > ୨. http://or.wikipedia.org/s/3h > ୩. https://www.facebook.com/groups/OdiaWiki > _______________________________________________ > Wikipedia-OR mailing list > [email protected] > https://lists.wikimedia.org/mailman/listinfo/wikipedia-or > > -- ସୁବ୍ରତ କୁମାର ପୃଷ୍ଟି ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ ଦୂରଭାଷା-୦୯୦୯୦୪୬୫୭୫୮ 53-Saheed Nagar, bhubaneswar-15
_______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
