ଆଦରର ବନ୍ଧୁଗଣ,

ଗତ ମାସ ୧୬ ଓ ୧୭ ତାରିଖରେ ମୁଁ ଓ ବିଷ୍ଣୁବର୍ଦ୍ଧନ ଆକସେସ ଟୁ
ନଲେଜ<http://meta.wikimedia.org/wiki/India_Access_To_Knowledge>ର
ବାର୍ଷିକ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ
ଉଇକିଆଳିମାନଙ୍କୁ ଭେଟିଥିଲୁ । କଟକରୁ ଶ୍ରୀକାନ୍ତ କେଡ଼ିଆ, କମଳାକାନ୍ତ ନାୟକ, ଶିଶିର
ସାହୁ, ସମ୍ବିଧାନ ମହାନ୍ତି ଓ ଭୁବନେଶ୍ୱରରୁ ଡା. ସୁବାସ ରାଉତ, ଜ୍ଞାନରଞ୍ଜନ ସାହୁ,
ଶିତିକଣ୍ଠ ଦାଶ, ମନୋରଞ୍ଜନ ବେହେରା, ଗୋର୍ବାଚୋଭ ପୋଥାଳ, ଶୈଳେଶ ପଟ୍ଟନାୟକ ଓ ମନୋଜ
ସାହୁକାର ପ୍ରମୁଖ ଏହି ଦୁଇ ଆଲୋଚନା-ଆସରରେ ଆମେ ନାନାଦି ଅସୁବିଧା ସମ୍ଭନ୍ଧରେ ଆଲୋଚନା
କରିବା ସ‌ହିତ ସମ୍ଭାବିତ ପ୍ରକଳ୍ପ ତ‌ଥା ନୂଆ ପ୍ରକଳ୍ପାଅଦି ବାବଦରେ ସଭିଙ୍କୁ ପଚାରି
ବୁଝିଥିଲୁ । ଏହି ଆଲୋଚନା ପରେ ଆମେ ଓଡ଼ିଆ ଉଇକିପିଡ଼ିଆର ବିକାଶ ଓ ଅଧିକ ନୂଆ
ସଭ୍ୟମାନଙ୍କୁ ଏହି ପ୍ରକଳ୍ପେ ପରିସରକୁ ଆଣିବା ପାଇଁ ଏକ ବାର୍ଷିକ
ଯୋଜନା<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:A2K_%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F%E0%AC%AA%E0%AC%A8%E0%AD%8D%E0%AC%A5%E0%AC%BE_%E0%AC%8F%E0%AC%AA%E0%AD%8D%E0%AC%B0%E0%AC%BF%E0%AC%B2_%E0%AD%A8%E0%AD%A6%E0%AD%A7%E0%AD%A9_-_%E0%AC%9C%E0%AD%81%E0%AC%A8_%E0%AD%A8%E0%AD%A6%E0%AD%A7%E0%AD%AA>(
http://or.wikipedia.org/s/f7i) ପ୍ରସ୍ତୁତ କରିଛୁ । ଏହି ଯୋଜନାର ଓଡ଼ିଆ
ଉଇକିପିଡ଼ିଆର ଅସୁବିଧାଗୁଡ଼ିକ ଆଲୋଚନା କରାଯାଇଛି ଓ କି କି ସ‌ହ‌ଯୋଗ ସମ୍ପାଦକଗଣ
ଲୋଡ଼ୁଛନ୍ତି ତାହା ବର୍ଣ୍ଣନା କରାଯାଇଛି । ଶେଷରେ ଆଲୋଚିତ ଅସୁବିଧା, ଆବଶ୍ୟକ‌ତା ଓ ଦୁଇଟି
ଆଲୋଚନା-ଆସରରେ ଆଲୋଚିତ ନାନାଦି ବିଷ‌ୟକୁ ବିଚାରକୁ ନେଇ କିଛି ସମ୍ଭାବିତ ପ୍ରକଳ୍ପ ବାବଦରେ
ବର୍ଣ୍ଣନା କରାଯାଇଛି । ଦ‌ୟାକରି ଏହି
ଲିଙ୍କ‌<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:A2K_%E0%AC%95%E0%AC%BE%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F%E0%AC%AA%E0%AC%A8%E0%AD%8D%E0%AC%A5%E0%AC%BE_%E0%AC%8F%E0%AC%AA%E0%AD%8D%E0%AC%B0%E0%AC%BF%E0%AC%B2_%E0%AD%A8%E0%AD%A6%E0%AD%A7%E0%AD%A9_-_%E0%AC%9C%E0%AD%81%E0%AC%A8_%E0%AD%A8%E0%AD%A6%E0%AD%A7%E0%AD%AA>କୁ
(http://or.wikipedia.org/s/f81) ଯାଇ ନିଜ ନିନର ନିଜ ନିଜର ମତାମତ ବାଢ଼ିବା ସ‌ହିତ
କିପରି ଏହି ଯୋଜନାକୁ କାମରେ ଲଗାଯିବ ସେ ବାବଦରେ ଆଲୋଚନା କରନ୍ତୁ ।

ଏଥି ସ‌ହିତ ଏହି ବାର୍ଷିକ ଯୋଜନା ସୁଚାରୁରୂପେ ପରିଚାଳିତ ହେଉଛି କି ନାହିଁ ତାହାର ତଦାରଖ
କରିବା ପାଇଁ ଏକ ତିନି/ଚାରିଜଣିଆ କମିଟି ଗଠନ କରିବା ପାଇଁ ମୁଁ ପ୍ରସ୍ତାବ ବାଢ଼ୁଛି ।
ଓଡ଼ିଆ ଉଇକିଆଳିମାନେ ଆଲୋଚନା ସଭାରେ (http://or.wikipedia.org/wiki/WP:VP) ଆଲୋଚନା
ମାଧ୍ୟମରେ ନିଜ ମଧ୍ୟରୁ ତିନି-ଚାରି ଜଣଙ୍କୁ ବାଛି ପାରିବେ ଯେଉଁମାନେ ଏହି ଯୋଜନା ବାବଦରେ
ତିନିମାସିକ ଏକ ତଦାରଖ ବିବରଣୀ ଦେବେ କି "ଆକ୍ସେସ ଟୁ ନଲେଜ" ଏହି ବାର୍ଷିକ ଯୋଜନାକୁ
କିପରି କାର୍ଯ୍ୟକାରୀ କରୁଛି ।

--
ସୁଭାସିସ ପାଣିଗାହି
ଆକସେସ ଟୁ ନଲେଜ <http://meta.wikimedia.org/wiki/India_Access_To_Knowledge>
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି, ନୂଆ ଦିଲ୍ଲୀ
@psubhashish
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to