priya bandhu
apannka udyam ehipari cali rhu............. tebe odia itihas sanskruti sabu
odia wikipidiare sighra sthanita karibaku anurodha.

subrat


2013/6/25 ଦୀପ୍ତିମାନ ପାଣିଗ୍ରାହୀ <[email protected]>

> ଇଂରାଜୀ ତା  ୨୨ ଜୁନ ୨୦୧୩ ରିଖ ମଙ୍ଗଳବାର ଦିନ ଭୁବନେଶ୍ବର ଉଇକି ମେଳଣ ୟୁନିଟ -୮ ସ୍ଥିତ
> କାଫେ କଫି ଡେ ରେ ଅନୁଷ୍ଠିତ ହେଇଯାଇଛି।
> ଏଥିରେ ଗୋର୍ବାଚୋଭ ପୋଥାଳ ଭାଇ, ଶିତିକଣ୍ଠ ଦାଶ ଭାଇ, ଶୈଳେଶ ଭାଇ ଓ ଦୀପ୍ତିମାନ
> ପାଣିଗ୍ରାହୀ ଉପସ୍ଥିତ ଥିଲେ।
> ଏଥିରେ ନିମ୍ନଲିଖିତ ବିଷୟ ଉପରେ ଆଲୋଚନା ହେଲା।
>
> ୧. "ଆମ ଗାଁ ଆମ ପଂଚାୟତ" ପ୍ରକଳ୍ପ ସୀମିତ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଙ୍କ ସୀମିତ ଜ୍ଞାନ
> ଯୋଗୁଁ ଆଗେଇ ପାରୁ ନାହି। ଏହାକୁ ବ୍ୟାପକ କରିବା ପାଇଁ ଫେସବୁକ ରେ ଥିବା ଉଇକିପେଡିଆ
> ପୃଷ୍ଠା ରେ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଆଗରୁ ତିଆରି କର ଯାଇଥିବା " ଆମ ଗାଁ ଆମ
> ପଞ୍ଚାଯତ" ର ଛାଞ୍ଚ କୁ ମେଲ କରାହବ। ସେମାନେ ଯଥା ସମ୍ଭବ ଓଡିଆ ରେ କିମ୍ବା ଇଂରାଜୀ ରେ
> ଲେଖିବେ। ପ୍ରାୟ ୧୮୦୦ ସଦସ୍ୟ ମାନଙ୍କ ମଧ୍ୟରୁ ଅତି କମ ରେ ୨୦୦ ଲେଖା ଆସିଲେ ବଡ ଉପଲବ୍ଧି
> ହବ।ସେମାନେ ଲେଖିସାରିଲା ପରେ ଏହି ପୃଷ୍ଠା କୁ ମେଲ କରିବେ।
>
> ଆମ ଗାଁ ଆମ ପଂଚାୟତ ବ୍ୟାପକତା ସବୁଠୁ ବେଶୀ ଆସିବ ଯଦି ଏହାକୁ ବିଦ୍ୟାଳୟ ରେ ଏକ ପ୍ରକଳ୍ପ
> ହିସାବ ରେ ନିଆ ହବ। ବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ ସହ ଏ ବିଷୟ ରେ କଥା ହେବା ପାଇଁ ଜଣେ
> ଅଭିଜ୍ଞ ଉଇକିଆଳି ସାଙ୍ଗରେ ଯିବା ଦରକାର ଯେମିତିକି ସେମାନଙ୍କର ପ୍ରତିଟି ପ୍ରଶ୍ନ ର ଉତ୍ତର
> ଦେଇ ହଉଥିବା। ଇଂରାଜୀ ମାଧ୍ୟମ ରେ ଏହା ବୁଝେଇବା ସହଜ କଥା କିନ୍ତୁ ସେଠି ଓଡିଆ ପିଲା କମ,
> ବିପରୀତ ଅବସ୍ଥା ଓଡିଆ ମାଧ୍ୟମ ରେ ସେଠି ବୁଝେଇବା କଷ୍ଟ କାମ କିନ୍ତୁ ଓଡିଆ ପଢୁଥିବା ପିଲା
> ବେଶୀ।
>
> ୨.ଫେସବୁକ ରେ ଥିବା "ଓଡିଆସ ଇନ ଫେସବୁକ" ରେ ଥିବା ଲୋକ ମାନଙ୍କୁ ଓଡିଆ ଉଇକିପେଡିଆ ଉପରେ
> ସଚେତନ କରେଇବା ପାଇଁ , ଓଡିଆ ଉଇକିପିଡିଆ ଉପଲବ୍ଧି କରୁଥିବା ପ୍ରତ୍ୟେକ ସଫଳତା କୁ ସେଥିରେ
> ଜଣେଇବା ଦରକାର ତା ସହ ଏହା ବି ଜଣେଇବା ଦରକାର କି ସେମାନେ ବି ଉଇକିପିଡିଆ ରେ
> ଲେଖିପାରିବେ। ଯଦି ଓଡିଆ ପଢି ଲେଖି ଜାଣିନାହାନ୍ତି ତେବେ ଇଂରାଜୀ ଅକ୍ଷର ରେ ଲେଖା ଲେଖି
> ଉଇକିପେଡିଆ ର କର୍ତ୍ତୃପକ୍ଷ ଙ୍କୁ ପଠେଇପାରିବେ।
>
> ୩. ଆଜି ମେଳଣ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଉଇକିଆଳି ଅନୁପସ୍ଥିତ ଥିବାରୁ ଭୁବନେଶ୍ବର ରେ
> ଉଇକି କ୍ଲବ ତିଆରି ଉପରେ କିଛି ନିଷ୍ପତ୍ତି ନିଆ ହେଇପାରିଲାନି। ତା ଛଡା, ଏଠିକାର ଅଧିକାଂଶ
> ଉଇକିଆଳି ଛାତ୍ର, ବାହାର ସହର/ଗାଁ ର , କାର୍ଯ୍ୟ ବ୍ୟସ୍ତତା, ଓ ବହୁତ ଦୂର ଦୂର ରେ
> ରହୁଥିବାରୁ କ୍ଲବ ଗଠନ କରି ସାରିଲା ପରେ ତା' ର ରକ୍ଷଣାବେକ୍ଷଣ କରିବା ବହୁତ କଷ୍ଟ
> ହେଇପାରେ।
>
> ୪.ଓଡିଶା ରେ ଉଇକି ମେଳଣ ଓ କାର୍ମଶାଳା ଏପର୍ଯ୍ୟନ୍ତ କେବଳ ପୂର୍ବ,ମଧ୍ୟ ଓ ଉତ୍ତର ଓଡିଶା
> ରେ ହେଇଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ଆଦୌ ହେଇପାରିନି। ଏହାର ସବୁଠୁ ବଡ କାରଣ
> ଏଇଆ ହେଇପାରେ କି ପଶ୍ଚିମ ଓ ଦକ୍ଷିଣ ଓଡିଶା ର ଅଧିକାଂଶ ବୈଷୟିକ ଓ ପ୍ରଯୁକ୍ତି
> (ଇଞ୍ଜିନିଅରିଂ) ଛାତ୍ର ସବୁ ଭୁବନେଶ୍ବର ରେ ପଢୁଛନ୍ତି। ସେମାନେ ଊଣା ଅଧିକେ ଭୁବନେଶ୍ବର ର
> ଉଇକି ମେଳଣ / କର୍ମଶାଳା ରେ ଉପସ୍ଥିତ ରହୁଛନ୍ତି। ତେଣୁ ସେହି ଅଞ୍ଚଳ ରେ କାର୍ମଶାଳା/ମେଳଣ
> ଆୟୋଜନ କରିବା ପାଇଁ ପ୍ରଥମେ ପୁରୁଖା ଓ ଅଭିଜ୍ଞ ଉଇକିଆଳି ଙ୍କ ମାର୍ଗଦର୍ଶନ ଅତ୍ୟନ୍ତ
> ଆବଶ୍ୟକ।
>
> --
> Regards
> Diptiman Panigrahi
> M.Tech Information Security
> Birla Institute of Technology Mesra
> Ranchi, Jharkhand
>
>
>
> --
> Regards
> Diptiman Panigrahi
> M.Tech Information Security
> Birla Institute of Technology Mesra
> Ranchi, Jharkhand
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>



-- 
 ସୁବ୍ରତ କୁମାର ପୃଷ୍ଟି
ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ
ଦୂରଭାଷା-୦୯୦୯୦୪୬୫୭୫୮
53-Saheed Nagar, bhubaneswar-15
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or
  • [Wikipedia-OR] ... ଦୀପ୍ତିମାନ ପାଣିଗ୍ରାହୀ
    • Re: [Wikip... Subrat Prusty

Reply via email to