ଆଦରର ଉଇକିଆଳିଗଣ,

ଏହି ମାସ ୮-୧୧ ତାରିଖରେ ହଂକଂ ଠାରେ ଅନୁଷ୍ଠିତ ହୋଇଥିବା ଉଇକିମାନିଆରେ
(http://wikimania2013.wikimedia.org/wiki/Main_page) ଭାଗ ନେବାର ସୁଯୋଗ
ମୋତେ ମିଳିଥିଲା । ଏହି ସମୟରେ ଉଇକିମିଡ଼ିଆ ଫାଉଣ୍ଡେସନର ଲାଙ୍ଗୁଏଜ ଇଞ୍ଜିନିଅରିଂ
ଦଳର ସନ୍ତୋଷ ତୋଟିଙ୍ଗାଲ
(http://wikimediafoundation.org/wiki/User:Sthottingal) ଓ ଅମିର
ଆହାରୋନିଙ୍କ (http://wikimediafoundation.org/wiki/User:Aaharoni) ସ‌ହ
ଭେଟି ମୁଁ ଓଡ଼ିଆ ଉଇକିପିଡ଼ିଆରେ ଥିବା ଦୁଇଟି ଅସୁବିଧା ବାବଦରେ ଆଲୋଚନା କରିଥିଲି ।
ଆଗରୁ Universal Language Selector (ULS)ରେ "Transliteration
(ଟ୍ରାନ୍ସଲିଟରେସନ)"ର ବନାନ ଠିକ ଭାବେ ଆସୁନଥିଲା । ଏହାଛଡ଼ା "ଲେଖନୀ" ଟାଇପିଂ
ଲେ-ଆଉଟରେ ବାମ ବର୍ଗବନ୍ଧନୀ ଆସୁନ‌ଥିଲା । ଏହି ଦୁଇଟି ଅସୁବିଧା ଏବେ ସୁଧରିଯାଇଛି ।


ଅନେକ ବ୍ୟବ‌ହାରକାରୀ ଓଡ଼ିଶାରେ ବ‌ହୁ ପ୍ରଚଳିତ "ଆକୃତି"
(or.wikipedia.org/wiki/File:Akruti_Engine-Shree_lipi.PNG) ଟାଇପିଙ୍ଗ
ଟୁଲକୁ ଓଡ଼ିଆ ଉଇକିପିଡ଼ିଆରେ ରଖିବା ବାବଦରେ ଅନୁରୋଧ କରିଆସୁଛନ୍ତି । ଯେହେତୁ
ଆକୃତି ଏକ କପିରାଇଟ ଥିବା ଲେ-ଆଉଟ ଆମେ କପିରାଇଟର ଅସୁବିଧା ହେତୁ ତାହାକୁ ଅବିକଳ
ଭାବେ ଉଇକିପିଡ଼ିଆରେ ସ୍ଥାନୀତ କରି ପାରିବା ନାହିଁ । କିନ୍ତୁ ଆକୃତିର ପାଖାପାଖି
ଲେ-ଆଉଟ ଟିଏ ଆମେ ଆକୃତି ସ‌ହ ପରିଚିତ ଥିବା ନୂଆ ଉଇକିଆଳିଙ୍କ ସୁବିଧା ପାଇଁ ଆରମ୍ଭ
କରିପାରିବା । ଏ ବାବଦରେ ମୁଁ ଏକ ଆଲୋଚନା ଓଡ଼ିଆ ଉଇକିପିଡ଼ିଆର ଆଲୋଚନା ସଭାରେ
(http://goo.gl/ptYCq0) ଆରମ୍ଭ କରିଛି, ଦୟାକରି ସେଠାରେ ନିଜର ମତପ୍ରଦାନ କରନ୍ତୁ
।


ସୁଭାସିସ ପାଣିଗାହି
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to