କଳିଙ୍ଗ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ, ଇଞ୍ଜିନିଅରିଂ, ମାନ‌ବିକ ବିଭାଗ ଓ କିସ
ଆଦିବାସୀ ଆବାସିକ ଅନୁଷ୍ଠାନ (ସ୍କଲ ଓ କଲେଜ) <http://www.kiss.ac.in/> ତରଫରୁ ଓଡ଼ିଆ
ଉଇକିପିଡ଼ିଆକୁ ସେହି ଅନୁଷ୍ଠାନମାନଙ୍କରେ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା କରିବାର
ଆମନ୍ତ୍ରଣ ମିଳିଛି । ସେଠାକାର ପ୍ରଫେସର ପାର୍ଥ ସେନ‌ଗୁପ୍ତ, ଟ୍ରେନିଂ ଓ ପ୍ଲେସମେଣ୍ଟ ଡୀନ
ଶରଣଜୀତ ସିଂହ, ସ‌ହକାରୀ ପ୍ରଫେସର ସ୍ୱାତୀ ସାମନ୍ତରାୟ, ପ୍ରଫେସର ଶ୍ରୀପ୍ରକାଶ ପାଣିଙ୍କ
ସ‌ହ ଭେଟିବାର ସୁଯୋଗ ମୋତେ ମିଳିଥିଲା । ଏହା ସ‌ହିତ କିସ ଆଦିବାସୀ ଆବାସିକ ଅନୁଷ୍ଠାନର
ବିତ୍ତ ଅଧିକାରୀ ଈଶ୍ୱର ଓ ତାଙ୍କର ଅନ୍ୟାନ୍ୟ ସ‌ହ‌କର୍ମୀମାଙ୍କ ମଧ୍ୟ ମୁଁ ଭେଟିଥିଲି ।
ଏହି ଆଲୋଚନା ପରେ ଏହି ଅନୁଷ୍ଠାନ ସମୂହ ତଳେ ଦିଆଯାଇଥିବା ତାରିଖମାନଙ୍କରେ ଓଡ଼ିଆ
ଉଇକି-ପରିବାରକୁ ତାଙ୍କ ଅନୁଷ୍ଠାନରେ କର୍ମଶାଳାର ଆୟୋଜନ କରିବା ନିମନ୍ତେ ଅନୁରୋଧ
କରିଛନ୍ତି । ଭୁବନେଶ୍ୱର/କଟକରେ ଥିବା ଉଇକିଆଳିମାନଙ୍କୁ ଅନୁରୋଧ କରୁଛି ସେମାନେ ଏଥିରେ
ଭାଗନେଇପାରିବେ କି ନାଁ ଜଣାଇଲେ ସେହି ଅନୁସାରେ ଆଗାମୀ ଯୋଜନାର ରୂପରେଖ ନିର୍ଣ୍ଣୟ କରାଯିବ
।--ସୁଭାସିସ ପାଣିଗାହିମୋତେ କହିବେ
କିଛି?<https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80%E0%AC%99%E0%AD%8D%E0%AC%95_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:Psubhashish>୦୩:୪୮,
୨୬ ସେପ୍ଟେମ୍ବର ୨୦୧୩ (UTC)

   1.
      1. ଅକ୍ଟୋବର ୨୫: କିସ ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ
      ନିମନ୍ତେ ଉଇକିପିଡ଼ିଆରେ ଲିଖନ ଓ ଓଡ଼ିଆ ଟାଇପିଂ କର୍ମଶାଳା
      2. ଅକ୍ଟୋବର ୨୬: କଳିଙ୍ଗ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ, ଇଞ୍ଜିନିଅରିଂ,
      ମାନ‌ବିକ ବିଭାଗ ପାଇଁ ୩-୪ ଟି କର୍ମଶାଳା (ଏହା ସେମାନଙ୍କର ବାର୍ଷିକ ମ୍ୟାନେଜମେଣ୍ଟ
      ଉତ୍ସବ ମାର୍କେଟିଂ କନ‌କ୍ଲେଭରେ ଅନ୍ତର୍ଭୁକ୍ତ ହେବ, ଏଥିରେ ଉଭୟ ଓଡ଼ିଆ ଇଂରାଜୀ
      ଉଇକିପିଡ଼ିଆ ବାବଦରେ ଶିକ୍ଷା ଦିଆଯିବ)
      3. ନ‌ଭେମ୍ବର ୧୬/୧୭: କଳିଙ୍ଗ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ, ଇଞ୍ଜିନିଅରିଂ,
      ମାନ‌ବିକ ବିଭାଗ ପାଇଁ ଅକ୍ଟୋବର ୨୬ରେ କରାହେବାକୁ ଥିବା କର୍ମଶାଳାର ଦ୍ୱିତୀୟ
ପର୍ଯ୍ୟାୟ,
      ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆ ବାବଦରେ ଅଧିକ ଶିଖାହେବ
      4. ନ‌ଭେମ୍ବର ୧୮: କିସ ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ
      ନିମନ୍ତେ ଅକ୍ଟୋବର ୨୬ର କର୍ମଶାଳାର ଉଚ୍ଚ‌ତର ପର୍ଯ୍ୟାୟର କର୍ମଶାଳା

      ଉପରେ ଥିବା କର୍ମଶାଳାମାନଙ୍କରେ ଭାଗ ନେବା ନିମନ୍ତେ ଓ ସେବାବଦରେ ଆଲୋଚନା କରିବା
      ନିମନ୍ତେ ଏହି ଲିଙ୍କଟି ଦେଖନ୍ତୁ: http://goo.gl/MvVW4P


-- 
ସୁଭ
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to