ବନ୍ଧୁଗଣ,
ଭୁବନେଶ୍ୱରସ୍ଥିତ କିଟ ବିଶ୍ୱବିଦ୍ୟାଳୟଠାରେ ନିମ୍ନ ଦୁଇଟି କର୍ମଶାଳା ପାଇଁ ଆମନ୍ତ୍ରଣ ମିଳିଛି ।

କିଟ ସ୍କୁଲ ଓଫ ଟେକନୋଲୋଜିଠାରେ ୧୫ ତାରିଖ ଓ କିଟ ସ୍କୁଲ ଓଫ ମ୍ୟାନେଜମେଣ୍ଟଠାରେ ୧୬ ତାରିଖରେ 
ଏକ କର୍ମଶାଳାର ହେବ । ଏହି ଦୁଇ କର୍ମଶାଳା ଇଂରାଜୀ ଉଇକିପିଡ଼ିଆରେ ହେବ ।


> On 10-Nov-2013, at 11:50 pm, Subhashish Panigrahi <[email protected]> 
> wrote:
> 
> ବନ୍ଧୁଗଣ, ଏହି ମାସରେ ଆମକୁ ବିଭିନ୍ନ ସ୍ଥାନରୁ କର୍ମଶାଳାମାନ କରିବାକୁ ଯେଉଁ
> ନିମନ୍ତ୍ରଣମାନ ମିଳିଛି ତାହା ବାବଦରେ ତଳେ ଲେଖୁଛି । ଆପଣମାମଙ୍କ ଭିତରୁ ଯେଉଁମାନେ
> ତଳ ଲିଖିତ ତାରିଖମାନଙ୍କରେ ଉପସ୍ଥିତ ରହିପାରିବେ ଦୟାକରି ନିଜର ନାମ ଉଲ୍ଲେଖ କରନ୍ତୁ
> ।
> 
> KISS ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ ନିମନ୍ତେ ଓଡ଼ିଆ
> ଟାଇପିଂ ଓ ଉଇକିପିଡ଼ିଆରେ ସମ୍ପାଦନା କର୍ମଶାଳା
> 
> ସେପ୍ଟେମ୍ବର ମାସରେ KIIT ବିଶ୍ୱବିଦ୍ୟାଳୟରେ ଯେଉଁ ଆଲୋଚନାମାନଙ୍କ ବାବଦରେ ମୁଁ
> ଉଲ୍ଲେଖ କରିଥିଲି ତାହାର ଫଳସ୍ୱରୂପ ଏହି ମାସ ୧୪ ତାରିଖ (ଆସନ୍ତା ଗୁରବାର) ଦିନ
> KISS ଆଦିବାସୀ ଆବାସିକ ଅନୁଷ୍ଠାନରେ ଶିକ୍ଷକ ଓ ଛାତ୍ରମାନଙ୍କ ନିମନ୍ତେ ଏକ
> ପ୍ରାରମ୍ଭିକ ଓଡ଼ିଆ ଟାଇପିଂ ଓ ଉଇକିପିଡ଼ିଆରେ ସମ୍ପାଦନା କର୍ମଶାଳା ପାଇଁ KISS
> ତରଫରୁ ନିମନ୍ତ୍ରଣ ମିଳିଛି । ଏଥିରେ ୧୨ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ
> ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ । ଏହି
> କର୍ମଶାଳା ବାବଦରେ ଅଧିକ ବିବରଣୀ ଏହି ଲିଙ୍କରେ ପଢ଼ିପାରିବେ:
> http://or.wikipedia.org/s/iaa ଏଥିରେ ଯୋଗଦେଇ ଯୋଗଦାନ କାରୀମାନଙ୍କୁ ତାଲିମ
> ଦେବାରେ ସ ହ ଯୋଗ କରିବା ନିମନ୍ତେ ଅଭିଜ୍ଞ ଓ ପୁରୁଖା ଉଇକିଆଳିମାନଙ୍କୁ ଅନୁରୋଧ ।
> ଯେଉଁ ଉଇକିଆଳିମାନେ ଏଥିରେ ସମୟଦାନ କରିପାରିବେ ଦୟାକରି ଏହି କର୍ମଶାଳା ପୃଷ୍ଠାରେ
> ନିଜର ନାମ ଉଲ୍ଲେଖ କରନ୍ତୁ ।
> 
> ଭାରତୀୟ ଶିକ୍ଷା ସଂସ୍ଥାନ, ଢେଙ୍କାନାଳଠାରେ ଏ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା
> ସେପ୍ଟେମ୍ବର ମାସରେ ଭାରତୀୟ ଶିକ୍ଷା ସଂସ୍ଥାନରେ ହୋଇଥିବା କର୍ମଶାଳାର ଯୋଗଦେଇଥିବା
> ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା ନିମନ୍ତେ ୧୮ ଓ ୧୯ ତାରିଖରେ
> ଏକ ଉନ୍ନୀତ ସ୍ତରର ଦୁଇଦିନିଆ କର୍ମଶାଳା ପାଇଁ ଅନୁଷ୍ଠାନ ତରଫରୁ ଆମନ୍ତ୍ରଣ ମିଳିଛି
> । ଏହି ଦୁଇଦିନିଆ କର୍ମଶାଳାରେ ଦୁଇଦିନ ବା ଗୋଟିଏ ପୁରାଦିନ ପାଇଁ ଯେଉଁ ଉଇକିଆଳି
> ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବାପାଇଁ ଇଚ୍ଛୁକ ଦୟାକରି କର୍ମଶାଳା
> ପୃଷ୍ଠାରେ (http://or.wikipedia.org/s/iab) ନିଜର ନାମ ଉଲ୍ଲେଖ କରନ୍ତୁ ।
> 
> ମେଳଣ
> ମୁଁ ବ୍ୟକ୍ତିଗତ ଭାବେ ଓଡ଼ିଶାରେ ୧୩ ତାରିଖରୁ ୨୦ ତାରିଖ ଯାଏଁ ରହିବି । ଦୟାକରି
> ଜଣାଇବେ କେଉଁ କେଉଁ ସ୍ଥାନରେ ଆପଣମାନେ କେଉଁଦିନ ଭେଟିବା ନିମନ୍ତେ ସମୟ ବାହାର
> କରିପାରିବେ ।
> 
> 
> -- 
> ସୁଭାସିସ ପାଣିଗାହି
> ପ୍ରୋଗ୍ରାମ ଅଫିସର, ଆକସେସ ଟୁ ନଲେଜ
> ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
> @psubhashish
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to