୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଇଂରେଜ ଅଧିକୃତ
ଭାରତବର୍ଷ<https://en.wikipedia.org/wiki/Presidencies_and_provinces_of_British_India>
ରେ ଓଡ଼ିଶା <https://en.wikipedia.org/wiki/Odisha>, ଭାଷା ଭିତ୍ତିରେ ଏକ
ସ୍ଵତନ୍ତ୍ରରାଜ୍ୟ ଭାବେ ଜନ୍ମଲାଭ କଲା ପରେ ପରେ ୨୫୦୦ ବର୍ଷର ସମୃଦ୍ଧ ଇତିହାସ ଓ ପ୍ରମାଣକୁ
ଭିତ୍ତି କରି ଏହିବର୍ଷ ଫେବୃଆରୀ ମାସ ୨୦ ତାରିଖ ଅନ୍ତର୍ଜାତିକ ମାତୃଭାଷା ଦିବସର ଅବ୍ୟବହିତ
ପୂର୍ବରୁ ଓଡ଼ିଆ ଭାଷା <https://en.wikipedia.org/wiki/Oriya_language> “ଶାସ୍ତ୍ରୀୟ”
ମାନ୍ୟତା ଭାବେ ଓଡ଼ିଆ ସ୍ଵୀକୃତ ହେଲା । ଏହାକୁ ପାଳନ କରିବା ପାଇଁ ଓଡ଼ିଆ ଉଇକିମିଡ଼ିଆ
ମାର୍ଚ୍ଚ ୨୯ ୨୦୧୪ରେ “ଓଡିଶା ଦିବସ” ସମାରୋହର ଆୟୋଜନ କରାଯାଇଥିଲା । ପ୍ରାୟ ୭୦ ଜଣ
ବ୍ୟକ୍ତି ଏଥିରେ ଯୋଗଦେଇ ଓଡ଼ିଆ ଭାଷା ସମ୍ବନ୍ଧିତ ଆଲୋଚନାରେ ଭାଗ ନେଇଥିଲେ । ଅନେକ
ଜଣାଶୁଣା ଭାଷାବିଦ, ସାମ୍ବାଦିକ ଓ ଗବେଷକଗଣ ଏଥିରେ ଯୋଗଦାନ କରି ଡିଜିଟାଲ ମାଧ୍ୟମରେ
ଓଡ଼ିଆ ଭାଷାର ସ୍ଥିତି, ପ୍ରଗତି ଓ ଆଗକୁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିବା ସହିତ
ଅଧିକରୁ ଅଧିକ ଓଡ଼ିଆ ବହି କିଭଳି ଡିଜିଟାଲ ମାଧ୍ୟମରେ ବିଶ୍ଵର କୋଣ ଅନୁକୋଣରେ ରହୁଥିବା
ଓଡ଼ିଆ ମାନଙ୍କ ପାଖରେ ପହଞ୍ଚିପାରିବ ସେ ଉପରେ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ
ଉଇକିପାଠାଗାର<https://wikisource.org/wiki/Main_Page/%E0%AC%93%E0%AC%A1%E0%AC%BC%E0%AC%BF%E0%AC%86>
ଡିଜିଟାଇଜେସନ
ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ ଲାଇସେନ୍ସ ନିୟମ ଅଧୀନରେ ୧୪ଟି ବହି ବିତରଣ
କରଯାଇଥିଲା । ଏହି ପ୍ରକଳ୍ପକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ
ସୋସିଆଲ ସାଇନ୍ସେସ (କିସ) ଔପଚାରିକ ଭାବେ ଆରମ୍ଭ କରୁଛି । ଓଡିଆ ଉଇକିମିଡିଆ ଦ୍ଵାରା ଏକ
ଡିଭିଡି ମଧ୍ୟ ଉନ୍ମୋଚିତ ହେଇଥିଲା । ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ଉଦୟ ନାଥ
ସାହୁ, ମାସିକ ଇଂରାଜୀ ପତ୍ରିକା ଓଡିଶାରିଭ୍ୟୁର ସମ୍ପାଦକ ଡ. ଲେନିନ ମହାନ୍ତି, ଓଡ଼ିଶା
ଭାସ୍କରର ସମ୍ପାଦକ ପ୍ରଦୋଶ ପଟ୍ଟନାୟକ, ଓଡ଼ିଆ ଭାଷା ଗବେଷକ ସୁବ୍ରତ ପୃଷ୍ଟି, କିସ
ଅନୁଷ୍ଠାନରୁ ଡ. ମଦନ ମୋହନ ସାହୁ, ମାଣିକ-ବିଶ୍ଵନାଥ ସ୍ମୃତିନ୍ୟାସର ସଭାପତି ଶ୍ରୀମତୀ
ଆହ୍ଲାଦମୋହିନୀ ମହାନ୍ତି, ସଭାପତି ଶ୍ରୀ ବ୍ରଜମୋହନ ପଟ୍ଟନାୟକ ଓ ଅନ୍ୟ ବୟୋଜ୍ୟେଷ୍ଠ ସଦସ୍ୟ
ସରୋଜକାନ୍ତ ଚୌଧୁରୀ ଓ ଶିଶିରରଞ୍ଜନ ଦାଶ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ।
ଓଡିଆ ଲେଖକ ଡ. ଜଗନ୍ନାଥ ମହାନ୍ତିଙ୍କର ୧୧ଟି ପୁସ୍ତକ କ୍ରିଏଟିଭ କମନ୍ସ ସେୟାର
ଏଲାଇକ (CC-BY-SA 3.0)ର ଆଧାରରେ ଲେଖକଙ୍କ ଦ୍ଵାରା ପ୍ରତିଷ୍ଠିତ ଅନୁଷ୍ଠାନ
“ମାଣିକ-ବିଶ୍ଵନାଥ ସ୍ମୃତିନ୍ୟାସ” ଦ୍ଵାରା ଓଡ଼ିଆ ଭାଷାର ବିକାଶ ନିମନ୍ତେ ପୁନଃ-ଉନ୍ମୋଚିତ
ହେଇଥିଲା । ସ୍ୱାତ୍ୱାଧିକାରିଣୀ ଆହ୍ଲାଦମୋହିନୀ ମହାନ୍ତିଙ୍କ ଲିଖିତ ଅନୁମତିକ୍ରମେ ଓଡ଼ିଆ
ଉଇକିମିଡ଼ିଆ ବହିଗୁଡ଼ିକର ଡିଜିଟାଇଜେସନର ଭାର ହାତକୁ ନେଲା । ଓଡ଼ିଆ ଉଇକିମିଡ଼ିଆ କିସ
ଅନୁଷ୍ଠାନର ୬ ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କୁ ଡିଜିଟାଇଜେସନ ସମ୍ବନ୍ଧରେ ପୂର୍ଣ୍ଣ ସହଯୋଗ
କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେବ । “ସାମୁହିକ ପ୍ରୟାସ ଓ ଜ୍ଞାନର ଅବାଧ ଉପଯୋଗ ଆମର ଭାଷା
ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ସାହାଯ୍ୟ କରିବେ ବୋଲି ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ
ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଅବସରରେ ନିଜର ମତପ୍ରକାଶ କରି କହିଥିଲେ । ଓଡ଼ିଆ ଭାଷା
ଗବେଷଣା ପ୍ରତିଷ୍ଠାନ ତରଫରୁ ଓଡ଼ିଆ ଭାଷା ଓ ସାଂସ୍କୃତିକ ଭିତ୍ତିଭୂମିର ପ୍ରଭାବ ଉପରେ
ଗବେଷଣା ସମ୍ବଳିତ ତଥ୍ୟକୁ ନେଇ ଡ. ପଟ୍ଟନାୟକ ଓ ଓଡ଼ିଆ ଭାଷା ଗବେଷକ ଶ୍ରୀ ସୁବ୍ରତ
ପୃଷ୍ଟିଙ୍କ ରଚିତ ୩ଟି ଗବେଷଣା ପୁସ୍ତକ (ଓଡ଼ିଆ ବହି “ଭାଷା ଓ ଜାତୀୟତା” ଓ “ଜାତି,
ଜାଗୃତି ଓ ପ୍ରଗତି” ଏବଂ ଇଂରାଜୀ ବହି “କ୍ଲାସିକାଲ ଓଡ଼ିଆ”) କ୍ରିଏଟିଭ କମନ୍ସ
ଲାଇସେନ୍ସରେ ବିତରଣ କରିଥିଲେ । “କିସ” ଅନୁଷ୍ଠାନ ଏଥିମଧ୍ୟରୁ କିଛି ବହି ଡିଜିଟାଇଜ
କରିବାକୁ ଯାଉଛି ଯାହାକି ପରେ ଓଡ଼ିଆ ଉଇକିସୋର୍ସରେ ମାଗଣାରେ ଉପଲବ୍ଧ ହେବ ।
ଓଡିଆଲାଙ୍ଗୁଏଜ.କମ <http://odialanguage.com/>ର ସୁଜାତା ପଟେଲଙ୍କ କୃତ ଓପନ
ଟାଇପ ଓଡ଼ିଆ ଇଉନିକୋଡ ଫଣ୍ଟ “ଓଡିଆ ଓ.ଟି
ଜଗନ୍ନାଥ<http://www.odialanguage.com/Odia_fonts.html>”
ଓ.ଏଫ.ଏଲ ସ୍ଵତ୍ଵରେ ଉନ୍ମୋଚିତ ହେଇଥିଲା । ଏହା ହେଉଛି ପ୍ରଥମ ଓଡ଼ିଆ ଫଣ୍ଟ ଯାହାକୁ ଓଡ଼ିଆ
ଉଇକିପିଡିଆ ସଙ୍ଘର ସକ୍ରିୟ ଯୋଗଦାନ ଦ୍ୱାରା ପ୍ରଥମ କରି ଆତ୍ମପ୍ରକାଶ କରିଛି । ଉଇକିଆଳି ମନୋଜ
ସାହୁକାର <https://or.wikipedia.org/wiki/User:TWO%5E0>ଙ୍କ ନିର୍ମିତ ଏକ ନୂଆ
ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ଟାଇପଓଡ଼ିଆ
(TypeOdia)”<https://github.com/majnun1337/jquery.ime-Offline-input>
ମଧ୍ୟ
ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ
ଡିଭିଡି ମାଧ୍ୟମରେ ଉକ୍ତ ଫଣ୍ଟ, ଇନପୁଟ ସାଧନ, ଓଡ଼ିଆ ଅଭିଧାନ, ମୁକ୍ତ ସଫ୍ଟ ର ଗୁଡିକ,
କିଉଇକ୍ସ <https://en.wikipedia.org/wiki/Kiwix>ରେ ଅଫଲାଇନ ଓଡ଼ିଆ
ଉଇକିପିଡ଼ିଆ<http://download.kiwix.org/portable/wikipedia_or_all.zip.torrent>
, ଉଇକିପିଡ଼ିଆ ସମ୍ପାଦନା ସହାୟକ
ପୁସ୍ତିକା<https://commons.wikimedia.org/wiki/File:Odia_Wikipedia_learning_guide.pdf>
ଓ ଉବୁଣ୍ଟୁ ଅପରେଟିଂ
ସିଷ୍ଟମ<https://en.wikipedia.org/wiki/Ubuntu_(operating_system)> ବିତରଣ
କରଯାଇଥିଲା । ସକ୍ରିୟ ଉଇକିଆଳି ମୃତ୍ୟୁଞ୍ଜୟ
କର<https://en.wikipedia.org/wiki/or:MKar> ଉଦଘାଟନୀ
ଅଭିଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ
ସୋସାଇଟି ତରଫରୁ ସୁଭାସିସ ପାଣିଗାହି ଓଡ଼ିଆ ଉଇକିପିଡ଼ିଆର ବାର୍ଷିକ ବିବରଣୀ ଓ ଭବିଷ୍ୟତର
ଯୋଜନା ପାଠକରିଥିଲେ । ମୁଖ୍ୟ ଅତିଥି ଭାବେ ଭାଷାବିଦ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ
ଭାଷାର ଶାସ୍ତ୍ରୀୟ ମାନ୍ୟତା ଲାଗି ହେଇଥିବା ଆପ୍ରାଣ ପ୍ରଚେଷ୍ଟା ଓ ଉଦ୍ୟମର କାହାଣୀ
ବଖାଣିଥିଲେ । ପାଖପାଖି ସମସ୍ତ ଓଡ଼ିଆ ପ୍ରକାଶନ ଇଣ୍ଟରନେଟରେ ଉପଲବ୍ଧ ନଥିବାରୁ ତାହାସବୁ
ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ
କରିଥିଲେ । ଏଥି ସହିତ ସେ ପୁରୁଣା ବହି ଆଉ ତାଳପତ୍ର ପୋଥି ତଥା ପାଣ୍ଡୁଲିପିଗୁଡ଼ିକୁ
ଡିଜିଟାଇଜେସନ ମାଧ୍ୟମରେ ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଫେସର ଉଦୟନାଥ
ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା “ମେସିନ ଟ୍ରାନ୍ସଲେସନ” ପ୍ରକଳ୍ପର ପ୍ରକ୍ରିୟା,
ପ୍ରଗତି ଓ କାର୍ଯ୍ୟକାରିତା ଉପରେ ବିବରଣୀ ଦେଇଥିଲେ ।
ଅଭିଜ୍ଞ ଉଇକିଆଳିଗଣ ଦ୍ଵିତୀୟ ଦିନ ଭୁବନେଶ୍ଵରସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଏକ
କର୍ମଶାଳାର ଆୟୋଜନ କରିଥିଲେ ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଦ୍ଵାରା
ଯୋଗଦେଇଥିବା ନୂଆ ଉଇକିଆଳି ଆଇ.ଆଇ.ଏମ.ସି ଢେଙ୍କାନାଳର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ
କରିଥିଲେ । ଅଭିଜ୍ଞ ଉଇକିଆଳି ମୃତ୍ୟୁଞ୍ଜୟ
କରଉଇକିଡାଟା<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE_%E0%AC%A6%E0%AC%BF%E0%AC%AC%E0%AC%B8_%E0%AD%A8%E0%AD%A6%E0%AD%A7%E0%AD%AA/%E0%AC%89%E0%AC%AA%E0%AC%B8%E0%AD%8D%E0%AC%A5%E0%AC%BE%E0%AC%AA%E0%AC%A8%E0%AC%BE/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%93_%E0%AC%89%E0%AC%87%E0%AC%95%E0%AC%BF%E0%AC%A1%E0%AC%BE%E0%AC%9F%E0%AC%BE>
ଉପରେ
ବିବରଣୀ ପ୍ରଦାନ କରିଥିଲେ ଓ ଅନ୍ୟାନ୍ୟ ଭାଷାରେ ଲେଖା ଯାଇଥିବା ଲେଖା ଓ ଉଇକିମିଡ଼ିଆ
ପ୍ରକଳ୍ପଗୁଡ଼ିକୁ କିପରି ଓଡ଼ିଆ ଭାଷା ଦ୍ଵାରା ଖୋଜାଯାଇପାରିବ ସେ ଉପରେ ବିସ୍ତ୍ରୁତ
ଜ୍ଞାନଦାନ କରିଥିଲେ । ଅନ୍ୟତମ ଅଭିଜ୍ଞ ଉଇକିଆଳି ଓ ପରିଚାଳକ ଅଂଶୁମାନ ଗିରି
ଉଇକିପିଡ଼ିଆରେ ବ୍ୟବହୃତ ହେଉଥିବା ନୂଆ ନୂଆ ପ୍ରୟୋଗ ଓ ପ୍ରଦ୍ୟୋଗ, ଗ୍ୟାଜେଟମାନଙ୍କର
ବ୍ୟବହାର, ଉପପୃଷ୍ଠାର ବ୍ୟବହାର ପ୍ରଣାଳୀ, ଅଟୋ-ଲିଷ୍ଟ ଅଭିଲେଖ ଓ ଅନ୍ୟ ଉଇକିଆଳିଙ୍କ ସହ
ଭାବର ଆଦାନପ୍ରଦାନ ପାଇଁ ବ୍ୟବହୃତ ସାଧନ
“ଉଇକିଲଭ”<https://www.mediawiki.org/wiki/Extension:WikiLove>ର
ବ୍ୟବହାରିକତା, ବ୍ୟବହାରକାରୀଙ୍କ ଅଧିକାରରେ ବଦଳ ଓ ମାଧ୍ୟମିକ ଆଧାର ବ୍ୟବହାର କରି ଜୀବିତ
ବ୍ୟକ୍ତିଙ୍କ ଜୀବନୀ <https://en.wikipedia.org/wiki/WP:BLP> କିପରି ଲେଖାଯିବ ସେ
ବିଷୟରେ କହିଥିଲେ । ଉଇକିଆଳି ଶିତିକଣ୍ଠ
ଦାଶ<https://en.wikipedia.org/wiki/or:%E0%AC%B6%E0%AC%BF%E0%AC%A4%E0%AC%BF%E0%AC%95%E0%AC%A3%E0%AD%8D%E0%AC%A0_%E0%AC%A6%E0%AC%BE%E0%AC%B6>
କପିରାଇଟ , ଉଇକି କମନ୍ସରେ ଛବି ଓ ଅନ୍ୟାନ୍ୟ ଫାଇଲ ଅପ୍ଲୋଡ କରିବାରେ ଉପୁଜୁଥିବା
ସମସ୍ୟା<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%93%E0%AC%A1%E0%AC%BC%E0%AC%BF%E0%AC%B6%E0%AC%BE_%E0%AC%A6%E0%AC%BF%E0%AC%AC%E0%AC%B8_%E0%AD%A8%E0%AD%A6%E0%AD%A7%E0%AD%AA/%E0%AC%89%E0%AC%AA%E0%AC%B8%E0%AD%8D%E0%AC%A5%E0%AC%BE%E0%AC%AA%E0%AC%A8%E0%AC%BE/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86%E0%AC%B0%E0%AD%87_%E0%AC%AB%E0%AC%9F%E0%AD%8B%E0%AC%9F%E0%AC%BF%E0%AC%8F_%E0%AC%85%E0%AC%AA%E0%AC%B2%E0%AD%8B%E0%AC%A1_%E0%AC%95%E0%AC%B0%E0%AC%BF%E0%AC%AC%E0%AD%87_%3F>
ଉପରେ
ଆଲୋକପାତ କରିଥିଲେ । ବରିଷ୍ଠ ଉଇକିଆଳି ଡା. ସୁବାସ ଚନ୍ଦ୍ର ରାଉତ “ଉଇକିପିଡ଼ିଆରେ
ପ୍ରସଙ୍ଗଭୁକ୍ତ ହେବା ନିମନ୍ତେ ଯୋଗ୍ୟତା, ଯୋଗ୍ୟ ପ୍ରସଙ୍ଗରେ ଆଧାର ପ୍ରଦାନ” ଉପରେ ଏକ
ବିବରଣୀ ଦେଇଥିଲ । ଶେଷରେ ସୁଭାସିସ ପାଣିଗାହି ଚଳିତ ବର୍ଷର
କାର୍ଯ୍ୟପନ୍ଥା<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%AC%E0%AC%BE%E0%AC%B0%E0%AD%8D%E0%AC%B7%E0%AC%BF%E0%AC%95_%E0%AC%AF%E0%AD%8B%E0%AC%9C%E0%AC%A8%E0%AC%BE_%28%E0%AC%9C%E0%AD%81%E0%AC%B2%E0%AC%BE%E0%AC%87_%E0%AD%A8%E0%AD%A6%E0%AD%A7%E0%AD%AA_-_%E0%AC%9C%E0%AD%81%E0%AC%A8_%E0%AD%A8%E0%AD%A6%E0%AD%A7%E0%AD%AB%29>,
ବିଫଳ ହେଇଥିବା କାର୍ଯ୍ୟପ୍ରକଳ୍ପ, ସାମୁହିକ ଶିକ୍ଷା ଓ କମ୍ୟୁନିଟି ଗଠନରେ ନିୟାମକ ଗୁଡ଼ିକ
ଉପରେ ଆଲୋଚନା କରିଥିଲେ ।
ଧନ୍ୟବାଦ ର ସହ
ଦୀପ୍ତିମାନ ପାଣିଗ୍ରାହୀ (Guguly18)
ଉଇକିଆଳି
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or