ଓଡ଼ିଆ କବି ଓ ଜଣାଶୁଣା ପ୍ରାର୍ଥନା 'ଆହେ ଦୟାମୟ ବିଶ୍ବବିହାରୀ'ର ରଚୟିତା ରାମକୃଷ୍ଣ ନନ୍ଦଙ୍କ 
ପରିବାର ତାଙ୍କ ରଚିତ ଜ୍ଞାନକୋଷ "ବିଶ୍ବ ପରିଚୟ", ୮ଟି ବହିର ସିରିଜ "ପଉଷ ସନ୍ଧ୍ୟାର ଗୀତ", 
ଓଡ଼ିଆ ବ୍ୟାକରଣ ବହି "ଲେଖନୀର ପାଠଶାଳା" ଓ ଅନେକ ଉପାଦେୟ ପ୍ରବନ୍ଧ ସମ୍ବଳିତ ବହି "ଭାବି 
ଦେଖନ୍ତୁ" ଏଣିକି ରେ ଉପଲବ୍ଧ ହେବ । ଏସବୁ ବହିର ଡଜିଟାଲ ରୂପ ଓଡ଼ିଆ ପାଠାଗାରରେ ସ୍ଥାନ ପାଇବ 
। ଏହି ଅବସରରେ ଆମେ କବିଙ୍କ ପ୍ରତି ଆମର ଓଳଗି ଜଣାଉଛୁ ।

ତାଙ୍କ ପରିବାର ଏହି ମହତ କାମରେ ନିଜ ଅନୁମୋଦନ ଦେଇଥିବାରୁ ତାଙ୍କ ସାଧୁବାଦ ରୂପେ ତାଙ୍କ 
ପରିୱାର ବର୍ଗଙ୍କ ଅଭିମତ ଓ ଓଡ଼ିଆ ଉଇକିପାଠାଗାରର ଉପଯୋଗୀତା ସମ୍ବନ୍ଧରେ ସେମାନଙ୍କ ବିଚାର ଏକ 
ଛୋଟ ଡକୁମେଣ୍ଟାରି ଭାବେ ଆପଣଙ୍କ ପାଇଁ ରଖିଲୁ:
http://youtu.be/eyBwbXTOE1E

ଆପଣ ବହୁମୂଲ୍ୟ ସଭିଙ୍କ ମତ ଜାଣିପାରିଲେ ଆଗକୁ ସେସବୁରୁ କିଛି କାମରେ ଲଗୈବା ପାଇଁ ଚେଷ୍ଟିତ 
ହେବୁ ।

ସୁଭ

ସୁଭାସିସ ପାଣିଗାହି
ଆକସେସ ଟୁ ନଲେଜ
ସେଣ୍ଟୃ ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to