ଆଦରର ଉଇକିଆଳିଗଣ, ବିଗତ ୩-୪ ମାସ ଭିତରେ ଆପଣମାନଙ୍କ ମିଳିତ ସହଯୋଗ ଓଡ଼ିଆ ଉଇକିପିଡ଼ିଆରେ ଅନେକ ନୂଆ ପ୍ରସଙ୍ଗ ପାଖାପାଖି ୩୭୦୦ ରୁ ୪୧୦୦ ରୁ ଅଧିକ ପହଞ୍ଚିଛି । ଏ ଆମ ସମସ୍ତଙ୍କ ପାଇଁ ଏକ ସୁଖବର! ଏହି ମିଳିତ ଯୋଗଦାଙ୍କୁ ଚଳାଇରଖିବା ତଥା ଆଗାମୀ ଯୋଜନାସବୁକୁ ଓଡ଼ିଆ ଉଇକିପରିବାରର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଆମର ଆଗାମୀ କାମ ପରିସରରେ ବିଭିନ୍ନ ଉଇକି ମେଳଣ ତଥା କର୍ମଶାଳା ଯାହା ଏହି ମାସ ତଥା ଆସନ୍ତା ମାସମାନଙ୍କରେ ହୋଇପାରିବ ସେ ବାବଦରେ କିଛି ବିଚାର ଆଲୋଚନା ପାଇଁ ଆମେ ଏହି ମାସ ୩ ରୁ ୧୨ ମଧ୍ୟରେ ଭେଟିବା ପାଇଁ ମୁଁ ଆପଣମାଙ୍କର ମତାମତ ଲୋଡ଼ୁଛି । ଏହି ସମୟକାଳ ମଧ୍ୟରେ ମୁଁ ଓଡ଼ିଶାରେ ଥିବି । ଏହା ଆମର ଓଡ଼ିଆ ଉଇକିପିଡ଼ିଆ ବାର୍ଷିକ କାର୍ଯ୍ୟପନ୍ଥା [୧] ବାବଦରେ ହୋଇଥିବା ଆଲୋଚନା-ମେଳଣ ପରେ ପ୍ରଥମ ମେଳଣ ହେବ । ଜୁଲାଇ ୯-୧୨ ଭିତରେ ଭୁବନେଶ୍ୱରରେ ବିଭିନ୍ନ ସଙ୍ଗଠନ ସହବନ୍ଧନର ସୁଯୋଗ ସନ୍ଧାନ କରିବାର ଯୋଜନା ମଧ୍ୟ ରହିଛି । ନାଲକୋଙ୍ଗର ଓଡ଼ିଆ ଉଇକିପରିବାରୁ ଆମର ପୁରାତନ ସଭ୍ୟ ମୃତ୍ୟୁଞ୍ଜୟ କର ମଧ୍ୟ ଉଇକି-କର୍ମଶାଳା ଓ ମେଳଣର ଯୋଜନା କରୁଛନ୍ତି । ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଆ ଉଇକିଆଳି ତଥା ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ ଅର୍ଗାନାଜେସନର ବୈଜ୍ଞାନିକ ଶ୍ୱେତପଦ୍ମା ଶତପଥୀ ତାଙ୍କ ଅନୁଷ୍ଠାନରେ ଏକ ଓଡ଼ିଆ ଉଇକି-କର୍ମଶାଳାର ଆଯୋଜନ ପାଇଁ ଯୋଜନା କରୁଛନ୍ତି । ଓଡ଼ିଆ ଉଇକିଆଳି ଦୀପ୍ତିମାନ ଓ ଗୋର୍ବାଚୋଭ ମଧ୍ୟ ସମ୍ବଲପୁରରେ ଓଡ଼ିଆ ଉଇକି-କର୍ମଶାଳାର ଯୋଜନା କରୁଛନ୍ତି । ଖୋର୍ଦ୍ଧାର ପ୍ରାଣନାଥ କଲେଜ ଓ ନୟାଗଡ଼ର ସରକାରୀ କଲେଜରୁ ଓଡ଼ିଆ ଉଇକି-କର୍ମଶାଳା ପାଇଁ ଅନୁରୋଧ ମଧ୍ୟ ଆସିଛି । ଏହି ସମୟ କାଳ (୩-୧୨ ଜୁଲାଇ) ଭିତରେ ମୁଁ ବ୍ୟକ୍ତିଗତ ଭାବେ ଉଇକିଆଳିମାନଙ୍କ ସହ ଭେଟିବା ସହ ଏହି କାର୍ଯ୍ୟକ୍ରମମାନଙ୍କରେ ଭାଗନେଇପାରିବି । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ନାନାଦି ମେଳଣ ଓ କର୍ମଶାଳାରେ ଭାଗନେଇପାରିବେ ଦୟାକରି ମେଲ ଯୋଗେ ଜଣାଇବେ । ଅଳ୍ପ କିଛି ଦିନ ଭିତରେ ଏହି କାର୍ଯ୍ୟକ୍ରମମାନଙ୍କର କାର୍ଯ୍ୟନିର୍ବାହୀ ଉଇକିଆଳିମାନେ ଏହି ମେଳଣ-କର୍ମଶାଳାର ତାରିଖ ବାବଦରେ ଜଣାଇବେ ।
ଆପଣମାନଙ୍କ ମତାମତ ଓ ସହଯୋଗ କାମନା କରି । ୧. http://meta.wikimedia.org/wiki/India_Access_To_Knowledge/Work_plan_April_2013_-_June_2014/Odia ସୁଭାସିସ ପାଣିଗାହି ପ୍ରୋଗ୍ରାମ ଅପିସର, ଆକ୍ସେସ ଟୁ ନଲେଜ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି ମୋବାଇଲ: +୯୧ ୮୦୫୦୫୧୫୩୩୯ _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
