ପ୍ରିୟ ଶୁଭାଶିଷ ଭାଇ,
ମୁଁ ହୁଏତ ସବୁ ମେଳଣରେ ଯୋଗ ଦେଇନପାରେ, ଏଣୁ ଦୁଃଖିତ । ଶନିବାର, ରବିବାର
ବ୍ୟତୀତ ଅନ୍ୟଦିନ ଅପରାହ୍ନ ରେ ମୁଁ ଯୋଗ ଦେଇପାରିବି । କିନ୍ତୁ କାର୍ମଶାଳା ପାଇଁ
ରବିବାର ହିଁ ଠିକ ସମୟ । ଆସନ୍ତା ଶୁକ୍ରବାର କିମ୍ବା ସୋମବାର ଦିନ ପୂର୍ବରୁ ଆଲୋଚିତ
ପ୍ରସଙ୍ଗ ଗୁଡିକ ଉପରେ ପୁନଃ ଆଲୋଚନା ପାଇଁ ମେଳଣଟିଏ କରାଯାଉ । ଆଉ ରବିବାରରେ
କାର୍ମଶାଳା ଟିଏ କରାଯାଉ । ଅନ୍ୟ ଉଇକିଆଳି ମାନଙ୍କର ମତାମତ ଅପେକ୍ଷାରେ ...
ଧନ୍ୟବାଦ,
ଶିତିକଣ୍ଠ...
On 7/1/13, Subhashish Panigrahi <[email protected]> wrote:
> ଆଦରର ଉଇକିଆଳିଗଣ,
>
> ବିଗତ ୩-୪ ମାସ ଭିତରେ ଆପଣମାନଙ୍କ ମିଳିତ ସହଯୋଗ ଓଡ଼ିଆ ଉଇକିପିଡ଼ିଆରେ ଅନେକ ନୂଆ
> ପ୍ରସଙ୍ଗ ପାଖାପାଖି ୩୭୦୦ ରୁ ୪୧୦୦ ରୁ ଅଧିକ ପହଞ୍ଚିଛି । ଏ ଆମ ସମସ୍ତଙ୍କ ପାଇଁ ଏକ
> ସୁଖବର! ଏହି ମିଳିତ ଯୋଗଦାଙ୍କୁ ଚଳାଇରଖିବା ତଥା ଆଗାମୀ ଯୋଜନାସବୁକୁ ଓଡ଼ିଆ
> ଉଇକିପରିବାରର କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଆମର ଆଗାମୀ କାମ ପରିସରରେ ବିଭିନ୍ନ
> ଉଇକି ମେଳଣ ତଥା କର୍ମଶାଳା ଯାହା ଏହି ମାସ ତଥା ଆସନ୍ତା ମାସମାନଙ୍କରେ ହୋଇପାରିବ ସେ
> ବାବଦରେ କିଛି ବିଚାର ଆଲୋଚନା ପାଇଁ ଆମେ ଏହି ମାସ ୩ ରୁ ୧୨ ମଧ୍ୟରେ ଭେଟିବା ପାଇଁ ମୁଁ
> ଆପଣମାଙ୍କର ମତାମତ ଲୋଡ଼ୁଛି । ଏହି ସମୟକାଳ ମଧ୍ୟରେ ମୁଁ ଓଡ଼ିଶାରେ ଥିବି । ଏହା ଆମର
> ଓଡ଼ିଆ ଉଇକିପିଡ଼ିଆ ବାର୍ଷିକ କାର୍ଯ୍ୟପନ୍ଥା [୧] ବାବଦରେ ହୋଇଥିବା ଆଲୋଚନା-ମେଳଣ ପରେ
> ପ୍ରଥମ ମେଳଣ ହେବ । ଜୁଲାଇ ୯-୧୨ ଭିତରେ ଭୁବନେଶ୍ୱରରେ ବିଭିନ୍ନ ସଙ୍ଗଠନ ସହବନ୍ଧନର
> ସୁଯୋଗ ସନ୍ଧାନ କରିବାର ଯୋଜନା ମଧ୍ୟ ରହିଛି । ନାଲକୋଙ୍ଗର ଓଡ଼ିଆ ଉଇକିପରିବାରୁ ଆମର
> ପୁରାତନ ସଭ୍ୟ ମୃତ୍ୟୁଞ୍ଜୟ କର ମଧ୍ୟ ଉଇକି-କର୍ମଶାଳା ଓ ମେଳଣର ଯୋଜନା କରୁଛନ୍ତି ।
> ଭୁବନେଶ୍ୱରରେ ଅବସ୍ଥାପିତ ଓଡ଼ିଆ ଉଇକିଆଳି ତଥା ଇଣ୍ଟରନ୍ୟାସନାଲ ରାଇସ ରିସର୍ଚ
> ଅର୍ଗାନାଜେସନର ବୈଜ୍ଞାନିକ ଶ୍ୱେତପଦ୍ମା ଶତପଥୀ ତାଙ୍କ ଅନୁଷ୍ଠାନରେ ଏକ ଓଡ଼ିଆ
> ଉଇକି-କର୍ମଶାଳାର ଆଯୋଜନ ପାଇଁ ଯୋଜନା କରୁଛନ୍ତି । ଓଡ଼ିଆ ଉଇକିଆଳି ଦୀପ୍ତିମାନ ଓ
> ଗୋର୍ବାଚୋଭ ମଧ୍ୟ ସମ୍ବଲପୁରରେ ଓଡ଼ିଆ ଉଇକି-କର୍ମଶାଳାର ଯୋଜନା କରୁଛନ୍ତି । ଖୋର୍ଦ୍ଧାର
> ପ୍ରାଣନାଥ କଲେଜ ଓ ନୟାଗଡ଼ର ସରକାରୀ କଲେଜରୁ ଓଡ଼ିଆ ଉଇକି-କର୍ମଶାଳା ପାଇଁ ଅନୁରୋଧ ମଧ୍ୟ
> ଆସିଛି । ଏହି ସମୟ କାଳ (୩-୧୨ ଜୁଲାଇ) ଭିତରେ ମୁଁ ବ୍ୟକ୍ତିଗତ ଭାବେ ଉଇକିଆଳିମାନଙ୍କ ସହ
> ଭେଟିବା ସହ ଏହି କାର୍ଯ୍ୟକ୍ରମମାନଙ୍କରେ ଭାଗନେଇପାରିବି । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ
> ନାନାଦି ମେଳଣ ଓ କର୍ମଶାଳାରେ ଭାଗନେଇପାରିବେ ଦୟାକରି ମେଲ ଯୋଗେ ଜଣାଇବେ । ଅଳ୍ପ କିଛି
> ଦିନ ଭିତରେ ଏହି କାର୍ଯ୍ୟକ୍ରମମାନଙ୍କର କାର୍ଯ୍ୟନିର୍ବାହୀ ଉଇକିଆଳିମାନେ ଏହି
> ମେଳଣ-କର୍ମଶାଳାର ତାରିଖ ବାବଦରେ ଜଣାଇବେ ।
>
> ଆପଣମାନଙ୍କ ମତାମତ ଓ ସହଯୋଗ କାମନା କରି ।
>
> ୧.
> http://meta.wikimedia.org/wiki/India_Access_To_Knowledge/Work_plan_April_2013_-_June_2014/Odia
>
> ସୁଭାସିସ ପାଣିଗାହି
> ପ୍ରୋଗ୍ରାମ ଅପିସର, ଆକ୍ସେସ ଟୁ ନଲେଜ
> ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
> ମୋବାଇଲ: +୯୧ ୮୦୫୦୫୧୫୩୩୯
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or