ଆଦରର ଉଇକିଆଳିଗଣ,

ଏହି ମାସ ୧୨ ତାରିଖ ଦିନ ଓଡ଼ିଆ ଉଇକିଆଳି ମୃତ୍ୟୁଞ୍ଜୟ କର ଓ ମୁଁ ଢେଙ୍କାନାଳ ସ୍ଥିତ
ଭାରତୀୟ ଜନସଂଚାର ସଂସ୍ଥାନରେ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀଙ୍କ ସ‌ହିତ ଭେଟିଥିଲୁ । ଆମର
ଆଲୋଚନାର ବିଷୟ ଥିଲା ଆଗାମୀ ବର୍ଷ ପାଇଁ ଭାରତୀୟ ଜନସଂଚାର ସଂସ୍ଥାନରେ ଉଇକିପିଡ଼ିଆ
ଶିକ୍ଷା ପ୍ରକଳ୍ପର ଦ୍ୱିତୀୟ ଭାଗ । ସୁଖର କ‌ଥା ପ୍ରଫେସର ଚାଟ୍ଟାର୍ଜୀ ଏଥର ମଧ୍ୟ ଓଡ଼ିଆ
ଉଇକିପିଡ଼ିଆ ପରିବାରର ସ‌ହ‌ଯୋଗରେ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ
କରିଛନ୍ତି । ଅଗଷ୍ଟ ମାସ ପ୍ରଥମ ସ‌ପ୍ତାହରେ କଲେଜ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨ୟ/୩ୟ
ସ‌ପ୍ତାହରେ ନାଲକୋନ‌ଗରରେ ଥିବା ଉଇକିଆଳିମାନେ ଢେଙ୍କାନାଳ ଯାଇ ନୂଆ ଯୋଗଦେଇଥିବା
ପିଲାଙ୍କୁ ଉଇକିପିଡ଼ିଆ ସମ୍ବନ୍ଧରେ ପ୍ରଥମ କର୍ମଶାଳର ଆୟୋଜନ କରିବେ । ତାହା ପରେ ପ୍ରତି
ମାସରେ ଗୋଟ ବା ଯୋଡ଼ିଏ କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଶିକ୍ଷା ଦିଆଯିବ
। ସେମାନେ ନିଜ ଶିକ୍ଷକଙ୍କ ତ‌ତ୍ୱାବଧାନରେ ପାଠ୍ୟଖସଡ଼ାରୁ କିଛି କିଛି ବିଷ‌ୟ ବାଛି ତାହା
ଉପରେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ପ୍ରସଙ୍ଗ ତିଆରି କରିବେ ଅଥବା ଆଗରୁ ଥିବା ପ୍ରସଙ୍ଗକୁ
ଉନ୍ନ‌ତ କରିବେ । ଅକ୍ଟୋବର ବେଳକୁ ଏହି ପ୍ରସଙ୍ଗ‌ଗୁଡ଼ିକ ଉଭୟ ଓ ଉଇକିଆଳିଙ୍କ ଦ୍ୱାରା
ମୂଲ୍ୟାୟନ ହେବ ଓ ଛାତ୍ରଛାତ୍ରୀମାଙ୍କୁ ସେମାନଙ୍କ ଅବଦାନ ପାଇଁ ମାନପ‌ତ୍ର ସ‌ହ ପୁରସ୍କୃତ
କରାଯିବ ।

ଆମ ଆଲୋଚନାର ଦ୍ୱିତୀୟ ବିଷୟ ଥିଲା "ଉଇକିସମ୍ବାଦ" [୨] । ଅକଟୋବର ପରେ ଛାତ୍ରଛାତ୍ରୀମାନେ
"ଓଡ଼ିଆ ଉଇକିସମ୍ବାଦ" ପ୍ରକଳ୍ପରେ ଯୋଗଦାନ କରିପାରିବେ । କଲେଜରେ ପ୍ରକାଶିତ ହେଉଥିବା "ଦି
ରିପୋର୍ଟର୍" ଖବରକାଗଜର ଅନେକ ଉପ‌ଯୋଗୀ ବିଷ‌ୟ ଉଇକିସମ୍ବାଦରେ ସ୍ଥାନୀତ ହୋଇପାରିବ ଯାହା
ଛାତ୍ରଛାତ୍ରୀମାନେ ପ୍ରତିଦିନ ଅପଡେଟ କରିପାରିବେ । ଏହି ପ୍ରକଳ୍ପ ସମ୍ବନ୍ଧରେ ପ୍ରାଥମିକ
ପୃଷ୍ଠାଟି ଏହି ଲିଙ୍କରେ ଦେଖିପାରିବେ ।[୩]

୧. http://or.wikipedia.org/s/cge
୨. http://wikinews.org
୩. http://or.wikipedia.org/s/gpp


-- 
|| ଇତି ||
ସୁଭାସିସ ପାଣିଗାହି
ପ୍ରୋଗ୍ରାମ ଅଫିସର, ଆକସେସ ଟୁ ନଲେଜ
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
@psubhashish
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to