କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ ପରିସରରେ ୧୪ ନ‌ଭେମ୍ବର ୨୦୧୩ ଦିନ ଏକ
"ନ‌ଥିକରଣ ଓ ଉଇକିପିଡ଼ିଆ କର୍ମଶାଳା" ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଚିଫ
ଅପରେଟିଂ ଅଫିସର ସୂର୍ଯ୍ୟକାନ୍ତ ମହାନ୍ତି ଓ ଅଧ୍ୟକ୍ଷ ମଦନ ମୋହ‌ନ ସାହୁଙ୍କ ଦ୍ୱାରା
ଏହା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା । ଏଥିରେ ୧୨ ଜଣ ଶିକ୍ଷକ-ଶିକ୍ଷିକା ଓ
୧୬ ଜଣ ଛାତ୍ରଛାତ୍ରୀ ଭାଗନେଇ ନ‌ଥିକରଣର ଉପ‌ଯୋଗୀତା ଓ ଉଇକିପିଡ଼ିଆ ମାଧ୍ୟମରେ
କିପରି ନାନାଦି ଦରକାରୀ ତ‌ଥ୍ୟର ରକ୍ଷଣାବେକ୍ଷଣା କରାଯାଇପାରିବ ତାହା ବାବଦରେ
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମର ସୁଭାସିସ
ପାଣିଗାହିଙ୍କ ଠାରୁ ଜାଣିଥିଲେ । ପରେ ସୁଭାସିସ ସେମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ
ବାବଦରେ ବତାଇଥିଲେ ଓ ସେଥିରେ କିପରି ସେମାନେ ଆଦିବାସୀ ଜନ‌ଜାତିଙ୍କର ବେଷଭୂଷା,
ଚଳଣି, ଭାଷା, ଜୀବନଶୈଳୀ, ପର୍ବପର୍ବାଣୀ, ଯାନିଯାତ୍ରା, ଖାଦ୍ୟପେୟ ଆଦି ବାବଦରେ
ଅନେକ ତ‌ଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଲେଖିପାରିବେ ତାହା ବୁଝାଇଥିଲେ । ଅଭିଜ୍ଞ
ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବିଷୟରେ
ଦେଖାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସ‌ହ ଆଲୋଚନା
କ‌ରାଯାଇ ଦଶଟି ପ୍ରସଙ୍ଗ ଆରମ୍ଭ କରାଯାଇଥିଲା । ଏହି ଦଶଟି ପ୍ରସଙ୍ଗ ପାଇଁ ଶିକ୍ଷକ ଓ
ଛାତ୍ରମାନ‌ଙ୍କୁ ଦଶଟି ଦଳରେ ଭାଗ କରାଯାଇଥିଲା । ସେମାନ ନିଜର ଅଭିଜ୍ଞତା, ଉପଲବ୍ଧ
ପୁସ୍ତକ ଓ ଅନ୍ୟାନ୍ୟ ତ‌ଥ୍ୟର ଭଣ୍ଡାର, ବିଭିନ୍ନ ଜନ‌ଜାତିର ଛାତ୍ରଛାତ୍ରୀମାନଙ୍କ
ପାଖରେ ଥିବା ତ‌ଥ୍ୟକୁ ଭିତ୍ତିକରି ନିଜ ନିଜର ପ୍ରସଙ୍ଗ ବାଛିଥିଲେ ।
ଛାତ୍ରଛାତ୍ରୀମାନେ ନିଜ ନିଜର ଜନ‌ଜାତି ସମ୍ବନ୍ଧରେ ଥିବା ପ୍ରସଙ୍ଗଥିବା ଦଳରେ ନିଜ
ନାମ ଯୋଗ କରିଥିଲେ । ଏହାପରେ ସେମାନେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ଖାତା ଖୋଲି ନିଜ
ନିଜ ଦଳର ସଦସ୍ୟମାନଙ୍କ ସ‌ହ ପ୍ରସଙ୍ଗ ବାବଦରେ ଆଲୋଚନା କରିଥିଲେ ଓ ଉଇକିପିଡ଼ିଆରେ
କିଛି ପ୍ରସଙ୍ଗ ତିଆତି କରିଥିଲେ । ଏହି ପ୍ରାରମ୍ଭିକ କର୍ମଶାଳାରେ ସେମାନେ ନୂଆ କରି
ଓଡ଼ିଆରେ ଟାଇପ କରିବା ଓ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଶିଖିଥିଲେ । ଏହି
କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ-ଶିକ୍ଷିକା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ
ଏକ ଦ୍ୱିତୀୟ ସୋପାନର କର୍ମଶାଳା ଡିସେମ୍ବର ମାସରେ କରାଯିବ ଯେଉଁଥିରେ ସେମାନେ ଏହି
ପ୍ରସଙ୍ଗମାନଙ୍କ ବାବଦରେ ତ‌ଥ୍ୟସବୁ ସଂଗ୍ରହ କରି ତାହା ତାଙ୍କ ଅନୁଷ୍ଠାନର ଏକ
ପ୍ରକଳ୍ପ ପୋର୍ଟାଲ କରି ଲେଖିବେ । ପରେ ସେହି ଲେଖାସମୁହରୁ ତ‌ଥ୍ୟ ସଂଗ୍ରହ କରି
ଓଡ଼ିଆ ଉଇକିପିଡ଼ିଆରେ ଲେଖିବେ ।

ଏହି କର୍ମଶାଳା ବାବଦରେ ଅଧିକ ଜାଣିବା ପାଇଁ https://or.wikipedia.org/s/iaa ଦେଖନ୍ତୁ

-- 
ସୁଭାସିସ ପାଣିଗାହି
ଆକସେସ ଟୁ ନଲେଜ
ପ୍ରୋଗ୍ରାମ ଅଫିସର, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି (CIS-A2K)
@psubhashish
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to