ଅଦରର ଉଇକିଆଳିଗଣ,

ସଭିଙ୍କୁ ମୋର ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଏ ମାସରେ କେତେଗୋଟି କର୍ମଶାଳା ଓ ଉତ୍ସବ 
ନିମନ୍ତେ ମୋର ଏହି ଲେଖା । ସୁଖର ଖବର ଯେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି (CIS) 
ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟ (KIIT - କିଟ) ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ 
ସୋସିଆଲ ସାଇନ୍ସେସ (KISS - କିସ) ସ‌ହ ସ‌ହବନ୍ଧିତ ହୋଇ ଜ୍ଞାନର ବିକାଶରେ ଅନେକ କାର୍ଯ୍ୟକ୍ରମ 
ହାତକୁ ନେଉଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଭାଗ ହେବ ଉଇକିପିଡ଼ିଆରେ ଅଂଶଗ୍ରହଣ କରି 
ଏଥିରେ ସମ୍ପାଦନା ମାଧ୍ୟମରେ ଅଧିକ ଛାତ୍ର ଓ ଶିକ୍ଷକମାନଙ୍କୁ ଜ୍ଞାନ ବିତରଣ ପ‌ଥ ସୁଗମ କରିବା । 
ଏଣୁ କିଟ ଓ କିସଠାରେ ତଳ‌ଲିଖିତ ତାରିଖମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଅଛି:
* ଜାନୁଆରି ୧୦: କିସ ଠାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା
* ଜାନୁଆରି ୧୧: କିସ ଓ କିଟରେ ସିଆଇଏସ-କିଟ ସ‌ହବନ୍ଧନ କାର୍ଯ୍ୟକ୍ରମ ଓ କିସଠାରେ ଓଡ଼ିଆ 
ଉଇକିପିଡ଼ିଆ କର୍ମଶାଳା
* ଜାନୁଆରି ୧୨: କିଟର ସ୍କୁଲ ଓଫ ମ୍ୟାନେଜମେଣ୍ଟରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା
*  ଜାନୁଆରି ୧୩: କିଟର ସ୍କୁଲ ଓଫ ଟେକନୋଲୋଜିରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା

ଏଥିସ‌ହିତ "ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକସେସ ଟୁ ନଲେଜ" (CIS-A2K) ପ୍ରୋଗ୍ରାମର 
ପ୍ରୋଗାମ ଡାଇରେକ୍ଟର ଟି ବିଷ୍ଣୁବର୍ଦ୍ଧନ ଓ ଆମ୍ଭେ ଜାନୁଆରି ୧୦ ତାରିଖ ଦିନ ଭୁବନେଶ୍ୱରରେ 
ଓଡ଼ିଆ ଉଇକିଆଳିଙ୍କ ସ‌ହ ଭେଟିବାକୁ ଉତ୍ସୁକ । ଦୟାକରି ଜଣାଇବେ କେତେବେଳେ ଆମେ ସମସ୍ତେ 
ଭେଟିପାରିବୁ । ମୁଁ ଅନୁରୋଧ କରିବି କଟକରେ ଥିବା ଉଇକିଆଳିଙ୍କୁ ଏହି ମେଳଣରେ ଭାଗ ନେବା 
ନିମନ୍ତେ ।

ବାଲେଶ୍ୱରସ୍ଥିତ ଫକୀରମୋହ‌ନ ବିଶୱବିଦ୍ୟାଳୟରେ ଜାନୁଆରି ୧୫ରେ ଓଡ଼ିଆ ଉଇକିଆଳି ଅଂଶୁମାନ ଗିରି 
ଓ ମୁଁ ସେଠାକାର କୁଳାଧିପ‌ତିଙ୍କୁ ଭେଟି ଛାତ୍ରମାନଙ୍କ ନିମନ୍ତେ ଓଡ଼ିଆ ଉଇକିପିଡ଼ିଆର 
ସମ୍ପାଦନା ବାବଦରେ ଏକ ଆଲୋଚନା କରିବାର ଯୋଜନା ଅଛି । ସେହିଦିନ ଆମେ ସେଠାରେ ବିଶୱବିଦ୍ୟାଳୟର 
ଓଡ଼ିଆ ବିଭାଗରେ ଏକ ଉଇକିପିଡ଼ିଆ କର୍ମଶାଳା କରିବାର ଯୋଜନା ମଧ୍ୟ କରିଛୁ ।

ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ଚାଲିଥିବା ଉଇକୁପିଡ଼ିଆ କର୍ମଶାଳା ସିରିଜର 
ସମାପ୍ତି ଓ ଓଡ଼ିଆ ଉଇକିପିଡ଼ିଆର ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ଉଦ‌ଯାପନ କାର୍ଯ୍ୟକ୍ରମ 
ନିମନ୍ତେ ଅନୁଷ୍ଠାନ ତରଫରୁ ଓଡ଼ିଆ ଉଇକିଆଳିମାନଙ୍କୁ ଆମନ୍ତ୍ରଣ ମିଳିଛି । ଏହା ୨୯ ଜାନୁଆରିରେ 
ଅନୁଷ୍ଠିତ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହେବ ।

ଏହି ସମସ୍ତ କର୍ମଶାଳା ଓ କାର୍ଯ୍ୟକ୍ରମରେ ଭାଗନେଇ ଉପସ୍ଥିତ ନୂତନ ଉଇକିଆଳିଙ୍କୁ ଆମ ପରିବାରକୁ 
ସ୍ୱାଗତ କରିବା ତ‌ଥା ଅନ୍ୟମାନଙ୍କୁ ଉଇକିପିଡ଼ିଆର ଉପ‌ଯୋଗୀତା ବାବଦରେ ବର୍ଣ୍ଣନା କରିବା 
ନିମନ୍ତେ ଆପଣମାନଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ । ନିଜର ସୁବିଧା ମତେ କିଏ କେଉଁ କେଉଁ 
କାର୍ଯ୍ୟକ୍ରମରେ ଭାଗନେଇପାରିବେ ଦୟାକରି ଜଣାଇବେ ।

--
ସୁଭାସିସ ପାଣିଗାହି
ପ୍ରୋଗ୍ରାମ ଅଫିସର, ଆକସେସ ଟୁ ନଲେଜ (CIS-A2K)
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
@psubhashish
ଫୋନ: ୮୦୫୦୫୧୫୩୩୯
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to