ସିଆଇଏସ-ଏଟୁକେ (CIS-A2K)ର ଗତ ବର୍ଷର (୨୦୧୩-୨୦୧୪) ବାର୍ଷିକ ଯୋଜନା ପ୍ରସ୍ତୁତ ବେଳେ ଓଡ଼ିଆକୁ ଏକ ମୁଖ୍ୟ ଭାଷା ଭାବେ ଗ୍ରହଣ କରାଯାଇଥିଲା । ଅନେକ ଅଭିଜ୍ଞ ଉଇକିଆଳି ଏହି ଯୋଜନା ପ୍ରସ୍ତୁତିରେ ସହଯୋଗ କରିଥିଲେ । ଗତବର୍ଷର ନାନାଦି କାର୍ଯ୍ୟକ୍ରମର ସଫଳତା, ବିଫଳତା, ଶିକ୍ଷା ଓ ମତାମତକୁ ଭିତ୍ତି କରି ଏହି ସମ୍ଭାବିତ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପଠିତ ଓ କାର୍ଯ୍ୟରେ ପରିଣତ ହେବା ନିମନ୍ତେ ଗୃହୀତ ହେବାପରେ ବିଭିନ୍ନ କାମ ଆରମ୍ଭ ହେବ । ଏହି ଯୋଜନାର ମୂଳ ଇଂରାଜୀ ଯୋଜନା ମେଟା-ଉଇକିରେ ଉପଲବ୍ଧ । [1] ଏହା ଏକ ଦୀର୍ଘ ଯୋଜନା ହୋଇଥିବାରୁ କେବଳ ମୁଖ୍ୟ ନାମ ଓ ଉପକ୍ରମଟିକୁ ଓଡ଼ିଆରେ ଅନୁବାଦ କରାଯାଇଛି । ଏହି ପୃଷ୍ଠାର ଆଲୋଚନା ପୃଷ୍ଠାରେ ଆପଣମାନଙ୍କ ମତାମତ ରଖିପାରିବେ ।
* ଉଇକିପିଡ଼ିଆ ବାର୍ଷିକ ଯୋଜନା: https://or.wikipedia.org/s/l7x * ଉଇକିପିଡ଼ିଆ ବାର୍ଷିକ ଯୋଜନାରେ ଆପଣଙ୍କ ମତାମତ ଦେବେ: https://or.wikipedia.org/s/l7x ଓଡ଼ିଆରେ ଉଇକି-ପାଠାଗାର (ଉଇକିସୋର୍ସ) ପ୍ରକଳ୍ପକୁ ପୁନରାରମ୍ଭ କରିବା ଉଦ୍ଦେଶ୍ୟରେ ସୀମିତ କିଛି ବହିର ଡିଜିଟାଇଜେସନ ପାଇଁ ମଧ୍ୟ ଆଉ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଦୟାକରି ସେହି ପ୍ରକଳ୍ପର ଆଲୋଚନା ପୃଷ୍ଠାରେ ନିଜର ମତାମତ ଓ ପରାମର୍ଶ ରଖିବେ । * ଉଇକି-ପାଠାଗାର ବାର୍ଷିକ ଯୋଜନା: https://meta.wikimedia.org/wiki/India_Access_To_Knowledge/Draft_Work_plan_July_2014_-_June_2015/Odia_Wikisource_as_OER * ଉଇକି-ପାଠାଗାର ବାର୍ଷିକ ଯୋଜନାରେ ଆପଣଙ୍କ ମତାମତ ଦେବେ: https://meta.wikimedia.org/wiki/Talk:India_Access_To_Knowledge/Draft_Work_plan_July_2014_-_June_2015/Odia_Wikisource_as_OER ଉଇକିଆଳିମାନଙ୍କୁ ଅନୁରୋଧ ଉଭୟ ଯୋଜନାରେ ଆଗାମୀ ମାସ ୧୫ ତାରିଖ ମଧ୍ୟରେ ନିଜର ମତାମତ ଓ ପରାମର୍ଶ ଆଦି ରଖିଲେ ଆପଣଙ୍କ ମତ ଅନୁସାରେ ଆମେ ସହଳ ବଦଳ କରି କାର୍ଯ୍ୟକାରୀ କରିବା ଦିଗରେ ଆଗେଇପାରିବୁ । ଧନ୍ୟବାଦ, ସୁଭାସିସ ପାଣିଗାହି *ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକସେସ ଟୁ ନଲେଜ* http://bitly.com/CISA2K _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
