ଉଇକିଆଳି ବନ୍ଧୁଗଣ, ଓଳଗି ନେବେ!

ସିଆଇଏସ-ଏଟୁକେ ଆପଣମାନଙ୍କୁ "ଓଡ଼ିଶା ଦିବସ ୨୦୧୪"ରେ [୧] ୧୪ ଖଣ୍ଡ ବହିର CC-BY-SA 3.0
ଲାଇସେନ୍ସରେ ପୁନର୍ବିତରଣ ସମ୍ବନ୍ଧିତ ସମ୍ବାଦ ଜଣାଇବା ଉଚିତ ମଣୁଛି । ଏହା ଓଡ଼ିଆ
ଉଇକିପିଡ଼ିଆ ସଙ୍ଘ, ମାଣିକ-ବିଶ୍ୱନାଥ ସ୍ମୃତିନ୍ୟାସ ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ
ସୋସିଆଲ ସାଇନ୍ସେସ (କିସ)ଙ୍କ ମିଳିତ ସହଯୋଗରେ କରାଯାଇଥିଲା । ଆପଣମାନଙ୍କ ମଧ୍ୟରୁ କିଛି
ଜାଣିଥିବେ ଯେ କିସ ଆମ୍ଭର ଏକ ସହଯୋଗୀ ଅନୁଷ୍ଠାନ । ଏହି ବହିମାନଙ୍କ ଉପରେ
ସ୍ୱତ୍ୱାଧୀକାର/କପିରାଇଟ ଥିଲା ଯାହା ଆଗକୁ ଖୋଲା ଲାଇସେନ୍ସରେ ଉପଲବ୍ଧ ହେବ । ଏହି ବହିମାନ
ହେଲେ:

୧) ଜନପ୍ରିୟ ଓଡ଼ିଆ ଲେଖକ ଓ ଶିକ୍ଷାବିଦ ଡ. ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ଓଡ଼ିଆ ବହି
୨) ଓଡ଼ିଆ ଭାଷା ସମ୍ବନ୍ଧରେ ଐତିହାସିକ ତଥ୍ୟ ସମ୍ବଳିତ ଭାଷା ଗବେଷକ ସୁବ୍ରତ ପୃଷ୍ଟିଙ୍କ
ସଙ୍କଳିତ ଦୁଇଟି ବହି
୩) ବିଶିଷ୍ଠ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟିଙ୍କ ସଙ୍କଳିତ
ଇଂରାଜୀ ବହି "କ୍ଲାସିକାଲ ଓଡ଼ିଆ"

ଏହି ପୁନର୍ବିତରଣ ସମ୍ବନ୍ଧିରେ ଏଯାବତ ସମୁଦାୟ ୧୪ ଟି ଛପା ଓ ୱେବ ଗଣମାଧ୍ୟମରେ ସମ୍ବାଦ
ସ୍ଥାନୀତ ହୋଇଛି । [୨] ଆମ୍ଭେ ଆଗକୁ ଅଧିକରୁ ଅଧିକ ଓଡ଼ିଆ କଣ୍ଟେଣ୍ଟ ଏହି ଭଳି ଖୋଲା
ଲାଇସେନ୍ସରେ ଆଣିବା ପାଇଁ ଚେଷ୍ଟିତ ହେବୁ ଯାହା ଆମର ଆଗାମୀ ବର୍ଷର ଯୋଜନାକୁ ବାସ୍ତବ ରୂପ
ଦେବ [୩] ତଥା ଓଡ଼ିଆ ଉଇକିପାଠାଗାରକୁ ସକ୍ରିୟ କରିବାରେ ସାହାଯ୍ୟ କରିବ । [୪]

୧. https://or.wikipedia.org/wiki/WP:OD14
୨. http://goo.gl/s8gvLl
୩.
https://meta.wikimedia.org/wiki/India_Access_To_Knowledge/Draft_Work_plan_July_2014_-_June_2015/Odia
୪.
https://meta.wikimedia.org/wiki/India_Access_To_Knowledge/Draft_Work_plan_July_2014_-_June_2015/Odia_Wikisource_as_OER

(କ୍ରିଏଟିଭ କମନ୍ସ ଲାଇସେନ୍ସ ବାବଦରେ ଅଧିକ
http://creativecommons.org/licenses/by-sa/3.0 ରେ ପଢ଼ିପାରିବେ)

ଧନ୍ୟବାଦର ସହ,

ସୁଭାସିସ ପାଣିଗାହି
ଆକସେସ ଟୁ ନଲେଜ
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
http://cis-india.org
@psubhashish
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to