== ଆଲୋଚନାର ସାରାଂଶ == ୧) ଭୁବନେଶ୍ୱରରେ ଦଳବଦ୍ଧ ହୋଇ କାମ କରିବା ପାଇଁ ଏକ ସ୍ଥାନୀୟ ଦଳ "ଉଇକି ଟୁଙ୍ଗି"ର ପ୍ରତିଷ୍ଠା ହେବ । ଏହାର ପ୍ରାରମ୍ଭିକ ଟିକେ ଭିନ୍ନ ଢଙ୍ଗରେ ହେବ । ଏକ ଉଇକି-ବଣଭୋଜି କରି ନୂଆ-ପୁରୁଣା ସଦସ୍ୟ ମାନେ ଏକ୍ୟୁଟ ହେବେ ଓ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଏହା ବାବଦରେ ଆଲୋଚନା ସଭାରେ ଆଲୋଚନା କରି ସଭିଙ୍କ ମତ ନିଆଯିବା ପରେ ଏହା ସେପ୍ଟେମ୍ବର ମାସରେ ପାଳିତ ହେବ । ୨) ଉଇକିଆଳିମାନେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସରେ ଗତ ବର୍ଷ ହୋଇଥିବା ଦୁଇଟି କର୍ମଶାଳାରୁ କିଛି ଆଶାନୁରୂପ ଫଳ ପାଇ ନ ଥିବାରୁ ଏ ବର୍ଷ ସେଠାରେ ଆଉ କର୍ମଶାଳା ନ କରିବାକୁ ମତ ଦେଇଥିଲେ । ତେବେ ଏ ଥର ସେମାନେ ଉଇକିପିଡ଼ିଆ ବଦଳରେ ଉଇକି-ପାଠାଗାରରେ କେବଳ ପୁରୁଣା ବହିସବୁ ଟାଇପ କରି ତାହାର ଇ-ବହି ତିଆରି କରିବାର କରିବା ବାବଦରେ ମତ ସମସ୍ତେ ଗ୍ରହଣ କରିଥିଲେ । ତେବେ ଦୁଇ-ତିନିମାସ ଧରି ପିଲାଙ୍କ ଦେଇ ବହିର ଟାଇପ କରାଇ ପରେ ତାହାର ଅନୁଶୀଳନ କରିବା ଠିକ ହେବ ବୋଲି ଯୋଗଦାନକାରୀ ଉଇକିଆଳିଗଣ ମତ ଦେଇଥିଲେ । ଏ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପିଲାଙ୍କୁ ନେଇ ତାଙ୍କ ଶିକ୍ଷକଙ୍କ ତତ୍ୱାବଧାନତାରେ ଉଇକି-ପାଠାଗାର ପାଇଁ ୧୧ ଟି ଓଡ଼ିଆ ବହିର (ଓଡ଼ିଶା ଦିବସରେ ବିତରିତ) ଡିଜିଟାଇଜେସନ ହେବ । ଗତ ବର୍ଷ ହୋଇଥିବା କର୍ମଶାଳାଆଦିର ଫଳାଫଳ ବିଷୟରେ ଏକ ବିବରଣୀର ଆବଶ୍ୟକତା ରହିଛି ବୋଲି ଜଣେ ସଦସ୍ୟ ମତ ପ୍ରକାଶ କରିଥିଲେ । ୩) ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳରେ ଏ ବର୍ଷ ଯୋଗଦେଉଥିବା ପିଲାଙ୍କ ଭିତରେ କିଛି ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କାର ଦେଇ ଅଧିକ ଉତ୍ସାହିତ କରିବା ପାଇଁ ଉଇକିଆଳିମାନେ ମତ ଦେଇଥିଲେ । ୪) ଉଇକିଆଳିମାନେ ଉଭୟ କିସ ଓ ଆଇଆଇଏମସିରେ ନିୟମିତ (ସାପ୍ତାହିକ ବା ମାସରେ ଦୁଇଥର) ମୁଖ୍ୟ କର୍ମଶାଳା କରିବା ଆଉ ପିଲାଙ୍କୁ କିଛି କାମ ଦେବା ଓ ସବୁଠାରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳିଙ୍କୁ ପୁରସ୍କୃତ କରିବା ପାଇଁ ମତ ଦେଇଥିଲେ । ୫) ଆମର ଫେସବୁକ ଗୋଠଟି ଟିକେ ଶିଥିଳ ହୋଇଯାଉଛି । ସବୁଦିନ ଅତି କମରେ ଗୋଟେ ଯୋଡ଼େ ଆଲୋଚନା କରିବା ପାଇଁ ମତ ଆସିଥିଲା । ଘଟୁଥିବା ନାନାଦି ଘଟଣା ବାବଦରେ ଲେଖି ଲୋକଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କ ଭିତରୁ କିଛି ପାଠକ, ପ୍ରଚାରକ ଓ ସମ୍ପାଦକ ବାହାର କରିବା କାମ ଉଇକିଆଳିମାନେ ମିଳି ମିଶି କରିବେ । ୬) ମାସରେ ଅତିକମରେ ୨ ଥର IRC ଆଲୋଚନା କରି ବିଗତ କାମର ଅନୁଶୀଳନ ଓ ଆଗାମୀ କାମ ପାଇଁ ଯୋଜନା କରିବା ବାବଦରେ ସଭିଏଁ ଏକମତ ହୋଇଥିଲେ । ଏ ବାବଦରେ ଘୋଷଣା କରିବା କାମ କେହି ଜଣେ ଯେମିତି ହେଲେ ଆରମ୍ଭ କରିପାରିବ ତଥା ମାସର ୧ମ ଓ ୩ୟ କିମ୍ବା ୨ୟ ଓ୪ର୍ଥ ସପ୍ତାହ ହେଲେ ଭଲ ହେବ ବୋଲି ଉଇକିଆଳିମାନେ ମତ ଦେଇଥିଲେ ।
2014-08-19 21:11 GMT+05:30 Subhashish Panigrahi <[email protected]>: > ବନ୍ଧୁଗଣ, > > ଏ ମାସରେ IRC ରେ ଆଲୋଚନା ହେବା ବାବଦରେ ଆଲୋଚନା ଫେସବୁକରେ ଚାଲିଥିଲା । ତେବେ ଅଧିକାଂଶ > ସକ୍ରିୟ ଉଇକିଆଳି ଆସନ୍ତା କାଲି ସନ୍ଧ୍ୟା ୮ ଘଟିକା ସମୟରେ ଏ ଆଲୋଚନା କରିବା ବାବଦରେ ମତ > ଦେଇଛନ୍ତି । ଆପଣ ସମସ୍ତଙ୍କୁ ଅନୁରୋଧ ଆସନ୍ତା କାଲି ଏହି ସମୟରେ > http://webchat.freenode.net/?channels=wikipedia-or ରେ ଏଥିରେ ଯୋଗ ଦେଇ > ଆଲୋଚନାରେ ଭାଗ ନେଇପାରିବେ । > > ଆଲୋଚନାର ବିଷୟ > > ୧) ଉଇକିଆଳିଙ୍କର ଅନୁଭୂତି ବଖାଣ (ଏଥିରେ ଭାଗ ନେଉଥିବା ଉଇକିଆଳିମାନେ ନିଜର କିଛି > ଅନୁଭୂତି ବଖାଣିବେ ଯାହା ବାକିମାନଙ୍କ କାମରେ ଲାଗିପାରିବ, ଏହା ଜଣକ ପାଇଁ ୨ ମିନିଟରୁ > ଅଧିକ ନ ହେଲେ ଭଲ) > ୨) ଓଡ଼ିଶାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଯୋଜନା (ଓଡ଼ିଶାରେ ଆଗାମୀ ୩ ମାସ ପାଇଁ କିଛି > ମୁଖ୍ୟ ସଙ୍ଘବଦ୍ଧ ହୋଇ କରିବାକୁ ଥିବା କାମର ଯୋଜନାର ରୂପରେଖ ତିଆରି) > > ଯେଉଁମାନେ ଏଥିରେ ଭାଗ ନେଇପାରିବେ ନାହିଁ ଏହି ପୃଷ୍ଠାରେ କାଲି ରାତି ୧୦ ଟା ପରେ ସବିଶେଷ > ବିବରଣୀ ଦେଖିପାରିବେ ଓ ପୃଷ୍ଠାର ଆଲୋଚନା ପୃଷ୍ଠାରେ ନିଜର ମତାମତ ଦେଇପାରିବେ: > https://or.wikipedia.org/s/po3 > > ସୁଭ > @psubhashish > -- Best! Subhashish Panigrahi Programme Officer, Access To Knowledge Centre for Internet and Society @psubhashish _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
