ବନ୍ଧୁଗଣ, ଏ ମାସରେ IRC ରେ ଆଲୋଚନା ହେବା ବାବଦରେ ଆଲୋଚନା ଫେସବୁକରେ ଚାଲିଥିଲା । ତେବେ ଅଧିକାଂଶ ସକ୍ରିୟ ଉଇକିଆଳି ଆସନ୍ତା କାଲି ସନ୍ଧ୍ୟା ୮ ଘଟିକା ସମୟରେ ଏ ଆଲୋଚନା କରିବା ବାବଦରେ ମତ ଦେଇଛନ୍ତି । ଆପଣ ସମସ୍ତଙ୍କୁ ଅନୁରୋଧ ଆସନ୍ତା କାଲି ଏହି ସମୟରେ http://webchat.freenode.net/?channels=wikipedia-or ରେ ଏଥିରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇପାରିବେ ।
ଆଲୋଚନାର ବିଷୟ ୧) ଉଇକିଆଳିଙ୍କର ଅନୁଭୂତି ବଖାଣ (ଏଥିରେ ଭାଗ ନେଉଥିବା ଉଇକିଆଳିମାନେ ନିଜର କିଛି ଅନୁଭୂତି ବଖାଣିବେ ଯାହା ବାକିମାନଙ୍କ କାମରେ ଲାଗିପାରିବ, ଏହା ଜଣକ ପାଇଁ ୨ ମିନିଟରୁ ଅଧିକ ନ ହେଲେ ଭଲ) ୨) ଓଡ଼ିଶାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଯୋଜନା (ଓଡ଼ିଶାରେ ଆଗାମୀ ୩ ମାସ ପାଇଁ କିଛି ମୁଖ୍ୟ ସଙ୍ଘବଦ୍ଧ ହୋଇ କରିବାକୁ ଥିବା କାମର ଯୋଜନାର ରୂପରେଖ ତିଆରି) ଯେଉଁମାନେ ଏଥିରେ ଭାଗ ନେଇପାରିବେ ନାହିଁ ଏହି ପୃଷ୍ଠାରେ କାଲି ରାତି ୧୦ ଟା ପରେ ସବିଶେଷ ବିବରଣୀ ଦେଖିପାରିବେ ଓ ପୃଷ୍ଠାର ଆଲୋଚନା ପୃଷ୍ଠାରେ ନିଜର ମତାମତ ଦେଇପାରିବେ: https://or.wikipedia.org/s/po3 ସୁଭ @psubhashish _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
