ଏଥିରେ ଥିବା କେତୋଟି ବନାନଗତ ତ୍ରୁଟି ନିମନ୍ତେ କ୍ଷମାମାଗୁଛି: ଅଦରର ବଦଳରେ ଆଦରର, ଓଫ ବଦଳରେ ଅଫ ଓ ଉଇକୁପିଡ଼ିଆ ବଦଳରେ ଉଇକିପିଡ଼ିଆ ପଢ଼ିବାକୁ ଅନୁରୋଧ ।
-- ସୁଭ > On 06-Jan-2014, at 10:27 am, Subhashish Panigrahi <[email protected]> > wrote: > > ଅଦରର ଉଇକିଆଳିଗଣ, > > ସଭିଙ୍କୁ ମୋର ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଏ ମାସରେ କେତେଗୋଟି କର୍ମଶାଳା ଓ ଉତ୍ସବ > ନିମନ୍ତେ ମୋର ଏହି ଲେଖା । ସୁଖର ଖବର ଯେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି (CIS) > ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟ (KIIT - କିଟ) ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ > ସୋସିଆଲ ସାଇନ୍ସେସ (KISS - କିସ) ସହ ସହବନ୍ଧିତ ହୋଇ ଜ୍ଞାନର ବିକାଶରେ ଅନେକ > କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଭାଗ ହେବ ଉଇକିପିଡ଼ିଆରେ > ଅଂଶଗ୍ରହଣ କରି ଏଥିରେ ସମ୍ପାଦନା ମାଧ୍ୟମରେ ଅଧିକ ଛାତ୍ର ଓ ଶିକ୍ଷକମାନଙ୍କୁ ଜ୍ଞାନ ବିତରଣ > ପଥ ସୁଗମ କରିବା । ଏଣୁ କିଟ ଓ କିସଠାରେ ତଳଲିଖିତ ତାରିଖମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ > ହେବାର ଅଛି: > * ଜାନୁଆରି ୧୦: କିସ ଠାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା > * ଜାନୁଆରି ୧୧: କିସ ଓ କିଟରେ ସିଆଇଏସ-କିଟ ସହବନ୍ଧନ କାର୍ଯ୍ୟକ୍ରମ ଓ କିସଠାରେ ଓଡ଼ିଆ > ଉଇକିପିଡ଼ିଆ କର୍ମଶାଳା > * ଜାନୁଆରି ୧୨: କିଟର ସ୍କୁଲ ଓଫ ମ୍ୟାନେଜମେଣ୍ଟରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା > * ଜାନୁଆରି ୧୩: କିଟର ସ୍କୁଲ ଓଫ ଟେକନୋଲୋଜିରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା > > ଏଥିସହିତ "ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକସେସ ଟୁ ନଲେଜ" (CIS-A2K) ପ୍ରୋଗ୍ରାମର > ପ୍ରୋଗାମ ଡାଇରେକ୍ଟର ଟି ବିଷ୍ଣୁବର୍ଦ୍ଧନ ଓ ଆମ୍ଭେ ଜାନୁଆରି ୧୦ ତାରିଖ ଦିନ ଭୁବନେଶ୍ୱରରେ > ଓଡ଼ିଆ ଉଇକିଆଳିଙ୍କ ସହ ଭେଟିବାକୁ ଉତ୍ସୁକ । ଦୟାକରି ଜଣାଇବେ କେତେବେଳେ ଆମେ ସମସ୍ତେ > ଭେଟିପାରିବୁ । ମୁଁ ଅନୁରୋଧ କରିବି କଟକରେ ଥିବା ଉଇକିଆଳିଙ୍କୁ ଏହି ମେଳଣରେ ଭାଗ ନେବା > ନିମନ୍ତେ । > > ବାଲେଶ୍ୱରସ୍ଥିତ ଫକୀରମୋହନ ବିଶୱବିଦ୍ୟାଳୟରେ ଜାନୁଆରି ୧୫ରେ ଓଡ଼ିଆ ଉଇକିଆଳି ଅଂଶୁମାନ > ଗିରି ଓ ମୁଁ ସେଠାକାର କୁଳାଧିପତିଙ୍କୁ ଭେଟି ଛାତ୍ରମାନଙ୍କ ନିମନ୍ତେ ଓଡ଼ିଆ ଉଇକିପିଡ଼ିଆର > ସମ୍ପାଦନା ବାବଦରେ ଏକ ଆଲୋଚନା କରିବାର ଯୋଜନା ଅଛି । ସେହିଦିନ ଆମେ ସେଠାରେ ବିଶୱବିଦ୍ୟାଳୟର > ଓଡ଼ିଆ ବିଭାଗରେ ଏକ ଉଇକିପିଡ଼ିଆ କର୍ମଶାଳା କରିବାର ଯୋଜନା ମଧ୍ୟ କରିଛୁ । > > ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ଚାଲିଥିବା ଉଇକୁପିଡ଼ିଆ କର୍ମଶାଳା ସିରିଜର > ସମାପ୍ତି ଓ ଓଡ଼ିଆ ଉଇକିପିଡ଼ିଆର ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ଉଦଯାପନ କାର୍ଯ୍ୟକ୍ରମ > ନିମନ୍ତେ ଅନୁଷ୍ଠାନ ତରଫରୁ ଓଡ଼ିଆ ଉଇକିଆଳିମାନଙ୍କୁ ଆମନ୍ତ୍ରଣ ମିଳିଛି । ଏହା ୨୯ > ଜାନୁଆରିରେ ଅନୁଷ୍ଠିତ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପରିସରରେ ଅନୁଷ୍ଠିତ ହେବ । > > ଏହି ସମସ୍ତ କର୍ମଶାଳା ଓ କାର୍ଯ୍ୟକ୍ରମରେ ଭାଗନେଇ ଉପସ୍ଥିତ ନୂତନ ଉଇକିଆଳିଙ୍କୁ ଆମ > ପରିବାରକୁ ସ୍ୱାଗତ କରିବା ତଥା ଅନ୍ୟମାନଙ୍କୁ ଉଇକିପିଡ଼ିଆର ଉପଯୋଗୀତା ବାବଦରେ ବର୍ଣ୍ଣନା > କରିବା ନିମନ୍ତେ ଆପଣମାନଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ । ନିଜର ସୁବିଧା ମତେ କିଏ କେଉଁ > କେଉଁ କାର୍ଯ୍ୟକ୍ରମରେ ଭାଗନେଇପାରିବେ ଦୟାକରି ଜଣାଇବେ । > > -- > ସୁଭାସିସ ପାଣିଗାହି > ପ୍ରୋଗ୍ରାମ ଅଫିସର, ଆକସେସ ଟୁ ନଲେଜ (CIS-A2K) > ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି > @psubhashish > ଫୋନ: ୮୦୫୦୫୧୫୩୩୯ > _______________________________________________ > Wikipedia-OR mailing list > [email protected] > https://lists.wikimedia.org/mailman/listinfo/wikipedia-or _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
