୨୮ ତାରିଖରେ ଭୁବନେଶ୍ୱରରେ ୧୦ମ ଜନ୍ମତିଥି ପାଳନ ନିମନ୍ତେ ଆମନ୍ତ୍ରଣ:

ବନ୍ଧୁଗଣ, କିଛି ଦିନ ତଳେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସଠାରେ
କର୍ମଶାଳା ଓ ସହବନ୍ଧନ ପରେ ସେଠାର କର୍ତ୍ତୃପକ୍ଷ ଓ ଶିକ୍ଷକ ତଥା ଛାତ୍ରମାନେ ଆମ
ସମସ୍ତଙ୍କୁ ଓଡ଼ିଆ ଉଇକିପିଡ଼ିଆର ୧୦ ମ ଜନ୍ମତିଥି ଅନୁଷ୍ଠାନ ପରିସରରେ କରିବା ପାଇଁ
ଅନୁରୋଧ କରିଛନ୍ତି । ମୁଁ ଏଥିରେ କେତେଜଣ ବରିଷ୍ଠ ଭାଷା ଗବେଷକ ଓ ଭାଷାବିଦମାନଙ୍କୁ
ଅନୁରୋଧ କରିଥିଲି । ଏଯାବତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ
(CIIL), ମହୀଶୂରର ପ୍ରତିଷ୍ଠାତା ଓ ଓଡ଼ିଆ ଭାଷାବିଦ ପଦ୍ମଶ୍ରୀ ଦେବୀପ୍ରସନ୍ନ
ପଟୃନାୟକ, ଓଡ଼ିଆ ସାହିତ୍ୟ ଏକାଡେମୀର ଅବାହକ ଓ ଭାଷାବିଦ ଡ. ଗୌରହରି ଦାସ ତ ଥା
ଭାଷା ଗବେଷକ ସୁବ୍ରତ ପୃଷ୍ଟି ସମ୍ମତି ପ୍ରଦାନ କରିଛନ୍ତି । ଦୟାକରି ସମସ୍ତେ ନିଜ
ତରଫରୁ ମଧ୍ୟ ଅଧିକ ବରିଷ୍ଠ ଗବେହକମାନଙ୍କୁ ଅନୁରୋଧ କରିବା ସ ହିତ ଏଥିରେ ଅଂଶଗ୍ରହଣ
କରି ଏହି ସାମୁହିକ ଉଦ୍ୟମକୁ ଫଳବତୀ କରାଇବାରେ ସହଯୋଗ କରିବେ ।

--ସୁଭାସିସ ପାଣିଗାହି

On 06/01/2014, Subhashish Panigrahi <[email protected]> wrote:
> ଏଥିରେ ଥିବା କେତୋଟି ବନାନ‌ଗତ ତ୍ରୁଟି ନିମନ୍ତେ କ୍ଷମାମାଗୁଛି:
> ଅଦରର ବଦଳରେ ଆଦରର, ଓଫ ବଦଳରେ ଅଫ ଓ ଉଇକୁପିଡ଼ିଆ ବଦଳରେ ଉଇକିପିଡ଼ିଆ ପଢ଼ିବାକୁ ଅନୁରୋଧ
> ।
>
> -- ସୁଭ
>
>> On 06-Jan-2014, at 10:27 am, Subhashish Panigrahi
>> <[email protected]> wrote:
>>
>> ଅଦରର ଉଇକିଆଳିଗଣ,
>>
>> ସଭିଙ୍କୁ ମୋର ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଏ ମାସରେ କେତେଗୋଟି କର୍ମଶାଳା ଓ
>> ଉତ୍ସବ ନିମନ୍ତେ ମୋର ଏହି ଲେଖା । ସୁଖର ଖବର ଯେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
>> (CIS) ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟ (KIIT - କିଟ) ଓ କଳିଙ୍ଗ
>> ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (KISS - କିସ) ସ‌ହ ସ‌ହବନ୍ଧିତ ହୋଇ ଜ୍ଞାନର
>> ବିକାଶରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଭାଗ ହେବ
>> ଉଇକିପିଡ଼ିଆରେ ଅଂଶଗ୍ରହଣ କରି ଏଥିରେ ସମ୍ପାଦନା ମାଧ୍ୟମରେ ଅଧିକ ଛାତ୍ର ଓ
>> ଶିକ୍ଷକମାନଙ୍କୁ ଜ୍ଞାନ ବିତରଣ ପ‌ଥ ସୁଗମ କରିବା । ଏଣୁ କିଟ ଓ କିସଠାରେ ତଳ‌ଲିଖିତ
>> ତାରିଖମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଅଛି:
>> * ଜାନୁଆରି ୧୦: କିସ ଠାରେ ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା
>> * ଜାନୁଆରି ୧୧: କିସ ଓ କିଟରେ ସିଆଇଏସ-କିଟ ସ‌ହବନ୍ଧନ କାର୍ଯ୍ୟକ୍ରମ ଓ କିସଠାରେ ଓଡ଼ିଆ
>> ଉଇକିପିଡ଼ିଆ କର୍ମଶାଳା
>> * ଜାନୁଆରି ୧୨: କିଟର ସ୍କୁଲ ଓଫ ମ୍ୟାନେଜମେଣ୍ଟରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା
>> *  ଜାନୁଆରି ୧୩: କିଟର ସ୍କୁଲ ଓଫ ଟେକନୋଲୋଜିରେ ସାଧାରଣ ଉଇକିପିଡ଼ିଆ କର୍ମଶାଳା
>>
>> ଏଥିସ‌ହିତ "ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି-ଆକସେସ ଟୁ ନଲେଜ" (CIS-A2K)
>> ପ୍ରୋଗ୍ରାମର ପ୍ରୋଗାମ ଡାଇରେକ୍ଟର ଟି ବିଷ୍ଣୁବର୍ଦ୍ଧନ ଓ ଆମ୍ଭେ ଜାନୁଆରି ୧୦ ତାରିଖ ଦିନ
>> ଭୁବନେଶ୍ୱରରେ ଓଡ଼ିଆ ଉଇକିଆଳିଙ୍କ ସ‌ହ ଭେଟିବାକୁ ଉତ୍ସୁକ । ଦୟାକରି ଜଣାଇବେ କେତେବେଳେ
>> ଆମେ ସମସ୍ତେ ଭେଟିପାରିବୁ । ମୁଁ ଅନୁରୋଧ କରିବି କଟକରେ ଥିବା ଉଇକିଆଳିଙ୍କୁ ଏହି ମେଳଣରେ
>> ଭାଗ ନେବା ନିମନ୍ତେ ।
>>
>> ବାଲେଶ୍ୱରସ୍ଥିତ ଫକୀରମୋହ‌ନ ବିଶୱବିଦ୍ୟାଳୟରେ ଜାନୁଆରି ୧୫ରେ ଓଡ଼ିଆ ଉଇକିଆଳି ଅଂଶୁମାନ
>> ଗିରି ଓ ମୁଁ ସେଠାକାର କୁଳାଧିପ‌ତିଙ୍କୁ ଭେଟି ଛାତ୍ରମାନଙ୍କ ନିମନ୍ତେ ଓଡ଼ିଆ
>> ଉଇକିପିଡ଼ିଆର ସମ୍ପାଦନା ବାବଦରେ ଏକ ଆଲୋଚନା କରିବାର ଯୋଜନା ଅଛି । ସେହିଦିନ ଆମେ
>> ସେଠାରେ ବିଶୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଏକ ଉଇକିପିଡ଼ିଆ କର୍ମଶାଳା କରିବାର ଯୋଜନା
>> ମଧ୍ୟ କରିଛୁ ।
>>
>> ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ଚାଲିଥିବା ଉଇକୁପିଡ଼ିଆ କର୍ମଶାଳା
>> ସିରିଜର ସମାପ୍ତି ଓ ଓଡ଼ିଆ ଉଇକିପିଡ଼ିଆର ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ଉଦ‌ଯାପନ
>> କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠାନ ତରଫରୁ ଓଡ଼ିଆ ଉଇକିଆଳିମାନଙ୍କୁ ଆମନ୍ତ୍ରଣ ମିଳିଛି ।
>> ଏହା ୨୯ ଜାନୁଆରିରେ ଅନୁଷ୍ଠିତ ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପରିସରରେ
>> ଅନୁଷ୍ଠିତ ହେବ ।
>>
>> ଏହି ସମସ୍ତ କର୍ମଶାଳା ଓ କାର୍ଯ୍ୟକ୍ରମରେ ଭାଗନେଇ ଉପସ୍ଥିତ ନୂତନ ଉଇକିଆଳିଙ୍କୁ ଆମ
>> ପରିବାରକୁ ସ୍ୱାଗତ କରିବା ତ‌ଥା ଅନ୍ୟମାନଙ୍କୁ ଉଇକିପିଡ଼ିଆର ଉପ‌ଯୋଗୀତା ବାବଦରେ
>> ବର୍ଣ୍ଣନା କରିବା ନିମନ୍ତେ ଆପଣମାନଙ୍କର ଉପସ୍ଥିତି ଏକାନ୍ତ ଆବଶ୍ୟକ । ନିଜର ସୁବିଧା ମତେ
>> କିଏ କେଉଁ କେଉଁ କାର୍ଯ୍ୟକ୍ରମରେ ଭାଗନେଇପାରିବେ ଦୟାକରି ଜଣାଇବେ ।
>>
>> --
>> ସୁଭାସିସ ପାଣିଗାହି
>> ପ୍ରୋଗ୍ରାମ ଅଫିସର, ଆକସେସ ଟୁ ନଲେଜ (CIS-A2K)
>> ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
>> @psubhashish
>> ଫୋନ: ୮୦୫୦୫୧୫୩୩୯
>> _______________________________________________
>> Wikipedia-OR mailing list
>> [email protected]
>> https://lists.wikimedia.org/mailman/listinfo/wikipedia-or
> _______________________________________________
> Wikipedia-OR mailing list
> [email protected]
> https://lists.wikimedia.org/mailman/listinfo/wikipedia-or
>


-- 
*Subha*
_______________________________________________
Wikipedia-OR mailing list
[email protected]
https://lists.wikimedia.org/mailman/listinfo/wikipedia-or

Reply via email to