ପ୍ରିୟ ଉଇକିଆଳି ବନ୍ଧୁଗଣ, ଗତ ଜାନୁଆରୀ ୨୯ ରେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥି ପାଳନ କରିଥିଲୁ । କିଛି ଉଇକିଆଳି କାର୍ଯ୍ୟବ୍ୟସ୍ତତା ହେତୁ ଯୋଗଦେଇ ପାରିନଥିଲେ । ଏହା ପୂର୍ବରୁ ହୋଇଥିବା ଆଲୋଚନାରେ<http://or.wikipedia.org/wiki/%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE#.E0.AC.AA.E0.AD.81.E0.AC.B0.E0.AC.B8.E0.AD.8D.E0.AC.95.E0.AC.BE.E0.AC.B0> ସମସ୍ତ ସକ୍ରିୟ ଉଇକିଆଳିଙ୍କୁ ମାନପତ୍ର ଦେବା କଥା ସ୍ଥିର ହୋଇଥିଲା । ମାନପତ୍ର ଛପିବାରେ କିଛି ବିଳମ୍ବ ଯୋଗୁଁ *ଦେବୀ ସାର*ଙ୍କ ଦସ୍ତକତ ହୋଇପାରିନଥିଲା । କିନ୍ତୁ ପରେ ଦେବୀ ବାବୁଙ୍କ ଠାରୁ ଦସ୍ତକତ କରାଇ ଆଣିଥିଲି । ଯେଉଁ ମାନେ ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ମାନପତ୍ର ଏହି ଫେବୃୟାରି ମେଳଣ ସମୟରେ ଦିଆଯାଇପରିବ । ଭୁବନେଶ୍ଵର ବାହାରେ ରହୁଥିବା ଉଇକିଆଳିମାନେ ଦୟାକରି ନିଜ ଠିକଣା ଜଣେଇଲେ ମାନପତ୍ର ଗୁଡ଼ିକୁ ସେମାନଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିଦିଆଯିବ ।
ନିମ୍ନରେ ମୁଁ ଉଇକିଆଳିଙ୍କ ନାମ ଲେଖିଦେଉଛି: କୁପସିନ୍ଧୁ ମୁଦୁଲି, ଶୁଭ୍ରାଂଶୁ ଶେଖର ମିଶ୍ର, ମୃତ୍ୟୁଞ୍ଜୟ କର, ମନୋରଞ୍ଜନ ବେହେରା, ଜ୍ଞାନରଞ୍ଜନ ସାହୁ, ମନୋଜ ସାହୁକାର, ଗୋର୍ବାଚୋଭ ପୋଥାଳ, ଶଶାଙ୍କ ଶେଖର ଦାସ, ଶିଲେଶ ପଟ୍ଟନାୟକ, ସୁଭାସିସ ପାଣିଗ୍ରାହୀ, ଶ୍ରୀକାନ୍ତ କେଡିଆ, ସୂରଥ କୁମାର ପାଢୀ, ସତ୍ୟକାମ ଦାଶ, ଅଂଶୁମାନ ଗିରି, ଦୀପ୍ତିମାନ ପାଣିଗ୍ରାହୀ, ଆଦିତ୍ୟ ମାହାର, ମନୋରଞ୍ଜନ ମଲ୍ଲିକ, ପ୍ରୀତିରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ଆଶୁତୋଷ କର । (ମେଲ ପଠାଇବାରେ ବିଳମ୍ବ ହେତୁ ଦୁଃଖିତ) ଶିତିକଣ୍ଠ ଦାଶ ଜଣେ ଉଇକିଆଳି _______________________________________________ Wikipedia-OR mailing list [email protected] https://lists.wikimedia.org/mailman/listinfo/wikipedia-or
